ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଆଗ୍ରା ମେଟ୍ରୋ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିବେ

0 254
greentech

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ପୂର୍ବାହ୍ନରେ ଆଗ୍ରା ମେଟ୍ରୋ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦ୍‍ଘାଟନ କରିବେ। ଏହି ପ୍ରକଳ୍ପରେ ୨୯ଦଶମିକ ୪କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଦୁଇଟି କରିଡର ନିର୍ମାଣ କରାଯାଇଛି। ପରିବେଶ ଅନୁକୂଳ ଏହି ପ୍ରକଳ୍ପ ତାଜମହଲ, ଆଗ୍ରା ପୋର୍ଟ ଭଳି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ସମେତ ସହରର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, କାର୍ଯ୍ୟାଳୟ ରେଳଷ୍ଟେସନ ଓ ବସ୍‍ଷ୍ଟାଣ୍ଡଗୁଡିକ ସହିତ ସଂଯୋଗ କରାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ଆଗ୍ରା ସହରର ୨୬ଲକ୍ଷ ଜନସାଧାରଣଙ୍କ ସମେତ ପ୍ରତିବର୍ଷ ସେଠାକୁ ଯାଉଥିବା ୬୦ଲକ୍ଷ ପର୍ଯ୍ୟଟକ ମଧ୍ୟ ଲାଭବାନ୍‍ ହୋଇପାରିବେ। ୫ବର୍ଷ ମଧ୍ୟରେ ଶେଷ ହେବାକୁ ଥିବା ଏହି ପ୍ରକଳ୍ପ ଲାଗି ୮ହଜାର ୩ଶହ ଅଣାଅଶୀ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

ଆସନ୍ତାକାଲି ଆଗ୍ରାର ୧୫ ବାଟାଲିୟନ ପିଏସି ପରେଡ୍‍ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଏହି ଉଦ୍‍ଘାଟନୀ ସମାରୋହରେ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ।
ପୂର୍ବରୁ ଗତବର୍ଷ ମାର୍ଚ୍ଚ ୮ତାରିଖ ଦିନ ପ୍ରଧାନମନ୍ତ୍ରୀ ଆଗ୍ରା ମେଟ୍ରୋ ପ୍ରୋଜେକ୍ଟ ଅଧୀନରେ ସିସିଏସ ବିମାନ ବନ୍ଦରଠାରୁ ମୁନ୍‍ସିପୁଲିଆ ପର୍ଯ୍ୟନ୍ତ ଦୀର୍ଘ ୨୩କିଲୋମିଟର ବ୍ୟାପ୍ତ ଲକ୍ଷ୍ନୌ ମେଟ୍ରୋର ବ୍ୟବସାୟିକ ଅପରେସନର ଶୁଭାରମ୍ଭ କରିଥିଲେ।

Leave A Reply

Your email address will not be published.

11 − five =

error: Content is protected !!
Open chat