ଆସନ୍ତାକାଲି ସକାଳ ୯ଟା ରୁ ୪୮ ଘଣ୍ଟା ପାଇଁ ‘କମିସନରେଟ୍‌ ପୋଲିସ ସେବା ଭବନ’ ବନ୍ଦ

0 629
greentech

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୧୦/୦୭ :  ରାଜଧାନୀ ଭୁବନେଶ୍ୱରରେ ଲଗାତର ବଢ଼ୁଛି କରୋନା ଆକ୍ରାନ୍ତ ସଂଖ୍ୟା। ସଂକ୍ରମଣକୁ ଦୃଷ୍ଟିରେ ରଖି କମିସନରେଟ୍‌ ପୋଲିସର ପୋଲିସ ସେବା ଭବନ ୪୮ ଘଣ୍ଟା ପାଇଁ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ଏନେଇ କମିସନରେଟ୍‌ ପୋଲିସ ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି।

୧୧ ତାରିଖ ସକାଳ ୯ଟାରୁ ୧୩ ସକାଳ ୯ଟା ଯାଏଁ ସାଧାରଣ ଲୋକ ଓ କର୍ମଚାରୀଙ୍କୁ ମଧ୍ୟ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ବନ୍ଦ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ପୋଲିସ ସେବା ଭବନକୁ ସାନିଟାଇଜ କରାଯିବ।

Leave A Reply

Your email address will not be published.

five × five =

error: Content is protected !!
Open chat