ଆସନ୍ତା କାଲିଠାରୁ କଟକ ‘ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର’ରେ ୨୪ ଘଣ୍ଟିଆ ଆଣ୍ଟିଜେନ୍‌ କରୋନା ପରୀକ୍ଷା ଆରମ୍ଭ ହେବ

0 285
greentech

କଟକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୬/୦୭ : ଆସନ୍ତା ସୋମବାରଠାରୁ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ୨୪ ଘଣ୍ଟିଆ ଆଣ୍ଟିଜେନ୍‌ ପରୀକ୍ଷା ଆରମ୍ଭ ହେବ। ବର୍ତ୍ତମାନ କେନ୍ଦ୍ରରେ ରୋଗୀଦେଖା ସ୍ବାଭାବିକ୍‌ ହୋଇଥିଲାବେଳେ କେବଳ ଦିନବେଳା ଆଉଟଡୋର ଓ ରୋଗୀଙ୍କର ବିଭିନ୍ନ ପରୀକ୍ଷା କରାଯାଉଛି। ତେଣୁ କେବଳ ଦିନରେ ହିଁ ଆଣ୍ଟିଜେନ୍‌ ପରୀକ୍ଷା ହେଉଛି। ହେଲେ ଜରୁରିକାଳୀନ ବିଭାଗ ଖୋଲାହୋଇଯାଇଥିବାରୁ ରାତିରେ ମଧ୍ୟ କିଛି ରୋଗୀ ଆସିପାରନ୍ତି। ତେଣୁ ସେମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରିବା ପୂର୍ବରୁ ଆଣ୍ଟିଜେନ୍‌ ପରୀକ୍ଷା କରାଇବାକୁ ହେବ ବୋଲି କେନ୍ଦ୍ର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ, ଏସ୍‌ସିବି ମେଡିକାଲ୍‌ରେ ସ୍ବାବ ପରୀକ୍ଷା ସ˚ଖ୍ୟା ୧ଲକ୍ଷ ଅତିକ୍ରମ କରିଛି।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା କେନ୍ଦ୍ରରେ ୪୮୧ ଆଣ୍ଟିଜେନ୍‌ ପରୀକ୍ଷା ହୋଇଥିଲାବେଳେ ୩ ଜଣ ରୋଗୀ ପଜିଟିଭ୍‌ ବାହାରିଛନ୍ତି। ପୂର୍ବରୁ ଆଚାର୍ଯ୍ୟ ହରିହରରେ ୧୧୯୭ଜଣଙ୍କ ସ୍ବାବ ପରୀକ୍ଷାରୁ ୧୨୦ଜଣ କରୋନା ଆକ୍ରାନ୍ତ ବାହାରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକା˚ଶ ରୋଗୀ ସ˚ପର୍କୀୟ ହୋଇଥିବାରୁ ସେମାନେ ଯେଉଁମାନଙ୍କ ସ˚ସ୍ପର୍ଶରେ ଆସିଥିଲେ, ସେମାନଙ୍କର ମଧ୍ୟ ପଜିଟଭ୍‌ ଆସିଥିଲା। ଯାହାଫଳରେ କଟକରେ କରୋନା ଆକ୍ରାନ୍ତଙ୍କ ସ˚ଖ୍ୟା ଦ୍ରୁତହାରର ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରକୁ ସପ୍ତାହେ ବନ୍ଦ କରାଯିବା ସହ ସ˚ପୂର୍ଣ୍ଣ ବିଶୋଧନ କରାଯାଇଛି।

Coronavirus Updates: Rajasthan govt cancels college, university ...

ଆଣ୍ଟିଜେନ୍‌ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଥିବାବେଳେ କେନ୍ଦ୍ର ପରିସରରେ ଯେପରି ଭିଡ଼ ଅଧିକ ନରହିବ ସେଥିପାଇଁ ବିଶେଷ ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଏସ୍‌ସିବି ମେଡିକାଲ୍‌ରେ ସ୍ବାବ ପରୀକ୍ଷା ସ˚ଖ୍ୟା ୧ଲକ୍ଷ ଅତିକ୍ରମ କରିଛି। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏସ୍‌ସିବିର କରୋନା ପରୀକ୍ଷା ସହିତ ଜଡ଼ିତ ଥିବା ସମସ୍ତ ଡାକ୍ତର ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଯାଇଛି।

Leave A Reply

Your email address will not be published.

sixteen − six =

error: Content is protected !!
Open chat