ଆସନ୍ତା ସପ୍ତାହରୁ ୧୦ କରୋନା ନମୂନା ଟେଷ୍ଟ ହେବ: ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା

0 356
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ବର ୧୧/୦୭: ଆସନ୍ତା ୧୦ରୁ ୧୨ ଦିନ ଭିତରେ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି । କଟକ ଏସସିବିରେ ପ୍ଲାଜମା ଥେରାପି ହବ୍ । ୧୦ ଦିନ ଭିତରେ ସରକାର ଏହାର ଉଦଘାଟନ କରିବେ । ସମ, କିମ୍ସ,ଏସସିିବି, ଆଉ ଅଶ୍ୱିନୀ ହସ୍ପିଟାଲରେ ଏହା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ।

ଆସନ୍ତା ସପ୍ତାହରୁ ୮ରୁ ୯ ହଜାରକୁ ଟେଷ୍ଟ ବୃଦ୍ଧି କରାଯିବ । ବର୍ତମାନ ୩୦ ହଜାର କୀଟ ମହଜୁଦ ଅଛି । ଆଉ ଲକ୍ଷେ କିଟ ଅର୍ଡର କରାଯାଇଛି ।ଏହି କୀଟ ପହିଂବା ପରେ ପ୍ରତି ଜିଲ୍ଲାକୁ ଟେଷ୍ଟ ପାଇଁ ପଠାଯିବ । ଅଧିକ ପଜିଟିଭ ବାହାରୁଥିବା ଜିଲ୍ଲାରେ ଅଧିକ ପରୀକ୍ଷା କରାଯିବ ବୋଲି ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି । ଏହା ସହ ଓଡିଶାରେ ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇନି ବୋଲି ସେ କହିଛନ୍ତି ।କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ୧ ଲକ୍ଷ ଆଣ୍ଟିଜେନ କିଟ ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ଲୋକସେବା ଭବନରେ ଅନୁଷ୍ଠିତ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଆଇଏଲଏସ ନିଦେ୍ର୍ଧଶକ । ତାଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ ପ୍ରତିଦିନ ୫ ହଜାରରୁ ଅଧିକ ଟେଷ୍ଟ ହେଉଛି । ଆଗକୁ ୬ ହଜାର ଆରଟି-ପିସିଆର ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ୧ ଲକ୍ଷ ଆଣ୍ଟିଜେନ କିଟ ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଆଣ୍ଟିଜେନ କିଟ ଅଣାଯିବା ପରେ ପ୍ରତି ଜିଲ୍ଲାକୁ ଏହା ପଠାଯିବ । ଏହା ପରେ ପ୍ରତିଦିନ ୨ ହଜାର ଆଣ୍ଟିଜେନ ପରୀକ୍ଷା କରିବାକୁ ଲକ୍ଷ୍ୟ ରହିଛି । ସେହିପରି ପ୍ଲାଜନା ଥେରାପିକୁ ନେଇ ଆଇଏଲଏସ ନିଦେ୍ର୍ଧଶକ କହିଛନ୍ତି ଯେ, ପ୍ଲଜମା ଥେରାପି ନେଇ ସରକାର ପ୍ରସ୍ତୁତି ଚଳାଇଛନ୍ତି । କଟକ ଏସସିବି ହସ୍ପିଟାଲ ପ୍ଲାଜମା ଥେରାପିର ହବ ହେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

one + 10 =

error: Content is protected !!
Open chat