ଆସନ୍ତା ସ୍ୱାଧୀନତା ଦିବସରେ ସାରା ବିଶ୍ୱ ଦେଖିବ ଭାରତ-ଆମେରିକା ଦୃଢ଼ ସମ୍ପର୍କର ଝଲକ : ପ୍ରଥମଥର ପାଇଁ ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ଉଡ଼ିବ ତ୍ରିରଙ୍ଗା

0 312
greentech

ନୂଆଦିଲ୍ଲୀ/ନ୍ୟୁୟର୍କ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮ : ପ୍ରଥମଥର ପାଇଁ ଭାରତର ସ୍ୱାଧୀନତା ଦିବସରେ ଟାଇମ୍ସ ସ୍କୋୟାରରେ ଭାରତୀୟ ଜାତୀୟ ପତାକା ଉତ୍ତୋଳନ ହେବ ଏବଂ ଏହାବ୍ୟତୀତ ଭାରତୀୟ ସଂସ୍କୃତି ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଆସନ୍ତା ୧୫ ତାରିଖରେ ଭାରତର ସ୍ୱାଧୀନତା ଦିବସ ଆଉ ଏକ ଗୌରମମୟ ମୁହୂର୍ତ୍ତ ନେଇ ଆସୁଛି । ଆମେରିକାର ଟାଇମ୍ସ ସ୍କୋୟାରରେ ପ୍ରଥମ ଥର ପାଇଁ ଭାରତର ସ୍ୱାଧୀନତା ଦିବସ ପାଳନ ହେବ । ଏହାବ୍ୟତୀତ ଏମ୍ପାୟର ଷ୍ଟେଟ ବିଲଡ଼ିଂରେ ପ୍ରୋଜେକ୍ଟର ସହାୟତାରେ ଭାରତର ସ୍ୱାଧୀନତା ସଂଗ୍ରାମ ସହ ଜଡ଼ିତ ବିଷୟ ଓ ସ୍ୱାଧୀନୋତ୍ତର ଭାରତର ପ୍ରଗତି ମଧ୍ୟ ପ୍ରଦର୍ଶିତ ହେବ । ଏହି ଅଟ୍ଟାଳିକାକୁ ଭାରତର ସ୍ୱାଧୀନତା ଦିବସ ନିମନ୍ତେ ତିନି ରଙ୍ଗର ଆଲୋକରେ ସଜ୍ଜିତ କରାଯିବ ।

ତିନି ରାଜ୍ୟ ନ୍ୟୁୟର୍କ, ନ୍ୟୁଜର୍ସି ଓ କନୋକ୍ଟିକଟର ଫେଡ଼େରେସନ ଅଫ୍ ଇଣ୍ଡିଆନ ଆସୋସିଏସନ (ଏଫ୍ଆଇଏ) ମିଳିତ ଭାବରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବ ବୋଲି ସୂଚନା ମିଳିଛି । ଲାଇଭ୍ ମିଣ୍ଟର ରିପୋର୍ଟ ଅନୁସାରେ ଏମ୍ପାୟାର ଷ୍ଟେଟ ବିଲଡ଼ିଂକୁ ୧୪ ଅଗଷ୍ଟରୁ ତିନି ରଙ୍ଗରେ ସଜାଇ ଦିଆଯିବ । ଭାରତ-ଆମେରିକା ଦୃଢ଼ ସମ୍ପର୍କର ଝଲକ ଟାଇମ୍ସ ସ୍କୋୟାରରେ ସାରା ପୃଥିବୀ ଦେଖିବ । ଭାରତୀୟ-ଆମେରିକା ମିଳିତ ସମୁଦାୟ ନିମନ୍ତେ ଏହି ସମୟ ଅତ୍ୟନ୍ତ ଗୌରମମୟ ହେବ ।

ଏପରି ଘଟଣା ପ୍ରଥମଥର ପାଇଁ ଘଟିବ, ଯେତେବେଳେ କି କୌଣସି ଦେଶର ଜାତୀୟ ଟାଇମ୍ସ ସ୍କୋୟାରରେ ଉତ୍ତୋଳନ ହେବ । ଏଫ୍ଆଇଏ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନ୍ୟୂୟର୍କରେ ଭାରତୀୟ ମହାବାଣିଜ୍ୟ ଦୂତ ରଣଧୀର ଜୟସୱାଲ ଏହି ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ରୂପେ ଯୋଗଦେବେ । ଏଫ୍ଆଇଏର କିଛି କାର୍ଯ୍ୟକର୍ତା ଯେଉଁମାନେ ଭାରତ ନିମନ୍ତେ ସାରା ବିଶ୍ଵରେ କାମ କରୁଛନ୍ତି ତାହାର ଅଧ୍ୟକ୍ଷ ଅଙ୍କୁର ବୈଦ୍ୟଙ୍କ ସୂଚନା ଅନୁସାରେ ଭାରତ ଓ ଆମେରିକା ଉଭୟ କରୋନା ଯୋଗୁଁ ବିଶେଷ ପ୍ରଭାବିତ ହୋଇଛନ୍ତି । ଏପରି କାର୍ଯ୍ୟକ୍ରମ ଆୟୋଜନ ଦୁଇ ଦେଶର ସମ୍ପର୍କକୁ ଅଧିକ ମଜବୁତ କରିବ ଏବଂ କରୋନା ଲଢ଼େଇରେ ସାମିଲ ଲୋକଙ୍କ ମନୋବଳ ବଢ଼ାଇବ ।

Leave A Reply

Your email address will not be published.

two × one =

error: Content is protected !!
Open chat