ଇସଲାମିକ ଦେଶମାନଙ୍କ ନିକଟରେ ନିଜର ଗୁରୁତ୍ୱ ହରାଉଛି ପାକିସ୍ତାନ : କଶ୍ମୀର ପ୍ରସଙ୍ଗରେ ସମର୍ଥନ କରିବାକୁ ସିଧାସଳଖ ମନାକଲା ସାଉଦି ଆରବ

0 450
greentech

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୦/୦୮: ପାକିସ୍ତାନ ଓଆଇସିରେ ବାରମ୍ବାର କଶ୍ମୀର ପ୍ରସଙ୍ଗ ଉଠାଉଥିବାରୁ ସଦସ୍ୟ ରାଷ୍ଟ୍ରମାନେ ତାହାକୁ ଗୁରୁତ୍ୱ ଦେଉନାହାନ୍ତି । ଏପରିକି ଭାରତ ସହ ସମ୍ପର୍କ ସୁଧାରିବାକୁ ପାକିସ୍ତାନକୁ କେତେକ କ୍ଷମତାଶାଳୀ ସଦସ୍ୟ ରାଷ୍ଟ୍ର ଇସ୍ଲାମାବାଦକୁ ତାଗିଦ କରିଛନ୍ତି । ପାକିସ୍ତାନ ଅନ୍ତର୍ଜାତୀୟ ଇସଲାମିକ ସଂଗଠନର ଏକ ପ୍ରତିଷ୍ଠାତା ସଦସ୍ୟ ହୋଇଥିବା ସତ୍ତ୍ୱେ ସାଉଦି ଆରବ ସହ ତିକ୍ତତା ପରେ ପାକିସ୍ତାନ ଧୀରେ ଧୀରେ ନିଜର ଗୁରୁତ୍ୱ ହରାଉଛି ।

ଅନ୍ୟପକ୍ଷରେ ଭାରତ ନିଜର କୂଟନୈତିକ ଓ ବାଣିଜ୍ୟିକ ସମ୍ପର୍କ ମାଧ୍ୟମରେ ଆରବ ରାଷ୍ଟ୍ରମାନଙ୍କ ସହ ନିଜ ସଂପର୍କକୁ ଘନିଷ୍ଠ କରିଚାଲିଛି । ଇସଲାମିକ ଦେଶ ଗୁଡ଼ିକରେ ଭାରତର ପ୍ରଭାବ ବୃଦ୍ଧି ପାଇ ଚାଲିଥିବା ବେଳେ ତାହାକୁ ନେଇ ପାକିସ୍ତାନ ଚିନ୍ତିତ ହୋଇପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଇସଲାମିକ ରାଷ୍ଟ୍ରମାନଙ୍କ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଦେଶ ସାଉଦି ଆରବ, ପାକିସ୍ତାନକୁ ରୋକଠୋକ ଭାବେ ଜଣାଇ ଦେଇଛି ଯେ, କଶ୍ମୀର ପ୍ରସଙ୍ଗରେ ସାଉଦି ଆରବ ପାକିସ୍ତାନକୁ ସମର୍ଥନ କରିବ ନାହିଁ । ଏପରିକି, ନିକଟରେ ପାକିସ୍ତାନର ସେନା ମୁଖ୍ୟଙ୍କୁ ସାଉଦି ଆରବର ଯୁବରାଜ ମହମ୍ମଦ ବିନ ସଲମାନ ଭେଟିବାକୁ ମନା କରିଦେବା ପରେ ଏହି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହୋଇଛି । ଏହା ଫଳରେ ପାକିସ୍ତାନ ଏବେ ସମ୍ପୂର୍ଣ୍ଣ ଭାବେ ଚୀନର ନିୟନ୍ତ୍ରଣକୁ ଆସିଯାଇଛି ।

Leave A Reply

Your email address will not be published.

19 − 1 =

error: Content is protected !!
Open chat