ଇସ୍ରୋ ଦ୍ବାରା ସଫଳତାର ସହ ଉତକ୍ଷେପଣ ହେଲା ଯୋଗାଯୋଗ ଉପଗ୍ରହ ସିଏମଏସ – ୦୧

0 431
greentech

ଇସ୍ରୋ ଦ୍ବାରା ସଫଳତାର ସହ ଉତକ୍ଷେପଣ ହେଲା ଯୋଗାଯୋଗ ଉପଗ୍ରହ ସିଏମଏସ – ୦୧

ଆଜି ଅପରାହ୍ନ ୩ଟା ୪୧ ମିନିଟରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୫୦ ଦ୍ୱାରା ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୋଗାଯୋଗ ଉପଗ୍ରହ ‘ସିଏମଏସ-୦୧’ ଉତକ୍ଷେପଣ କରାଯାଇଛି। ଏହାକୁ ସଫଳତାର ସହ କକ୍ଷପଥରେ ଅବସ୍ଥାପିତ କରାଯାଇଥିବା ଜଣାପଡିଛି।


ଶ୍ରୀହରିକୋଟା ସ୍ଥିତ ଶତୀଶ ଧଓ୍ବନ ମହାକାଶ କେନ୍ଦ୍ରର ୨ୟ ଲଞ୍ଚ୍ ପ୍ୟାଡରୁ ଆଜି ଅପରାହ୍ଣ ୩ ଘଣ୍ଟା ୪୧ ମିନିଟ ସମୟରେ ପିଏସଏଲଭିର ଉତକ୍ଷେପଣ କରାଯାଇଥିଲା । ଏହା ହେଉଛି ପିଏସଏଲଭିର ୫୨ତମ ମିଶନ ।
୨୫ ଘଣ୍ଟିଆ କାଉଣ୍ଟଡାଉନ୍ ପରେ ୪୪.୪ ମିଟର ଲମ୍ବ ପିଏସଏଲଭି-ସି୫୦ରେ ଇନ୍ଧନ ଭର୍ତ୍ତି କରାଯାଇଥିଲା ଓ ଭାରତୀୟ ସମୟ ଅପରାହ୍ନ ୩ଟା ୪୧ ମିନିଟରେ ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ଉତକ୍ଷେପଣ କରାଯାଇଥିଲା।
ଏହା ଯୋଗାଯୋଗ ଉପଗ୍ରହ ‘ସିଏମଏସ-୦୧’ ଦେଶର ୪୨ତମ ଯୋଗାଯୋଗ ଉପଗ୍ରହ ଅଟେ।

ପିଏସଏଲଭିର ୫୨ତମ ମିଶନରେ ଏହି ଉପଗ୍ରହକୁ ଉତକ୍ଷେପଣ କରାଯାଇଛି। ପାଣିପାଗ ପରିସ୍ଥିତି ଅନୁଯାୟୀ ଆଜି ଏହାକୁ ଉତକ୍ଷେପଣ କରିବାକୁ ପୂର୍ବରୁ ସ୍ଥିର କରାଯାଇଥିଲା। ଏହି ଯୋଗାଯୋଗ ଉପଗ୍ରହ ବିସ୍ତାରିତ-ସି ବ୍ୟାଣ୍ଡରେ ସେବା ଯୋଗାଇବ ଯେଉଁଥିରେ ଆଣ୍ଡାମାନ-ନିକୋବର ଏବଂ ଲାକ୍ଷାଦ୍ବୀପ ଦ୍ୱୀପପୁଞ୍ଜକୁ ଯୋଗାଯୋଗ ସହଜ ହେବ।

ସିଏମଏସ-୦୧ ହେଉଛି ଇସ୍ରୋ ଦ୍ବାରା ଛଡ଼ାଯାଇଥିବା ୪୨ ତମ ଯୋଗାଯୋଗ ସାଟେଲାଇଟ । ଏହା ଭାରତୀୟ ମୂଳ ଭୂଖଣ୍ଡ ଓ ଆଣ୍ଡାମାନ ଓ ନିକୋବର ଅଞ୍ଚଳରେ ସଂପ୍ରସାରିତ ସି-ବ୍ୟାଣ୍ଡ୍ ସେବା ଯୋଗାଇବ । ଗତ ନଭେମ୍ବର ୭ ରେ ଇସ୍ରୋ ପକ୍ଷରୁ ପିଏସଏଲଭି-ସି୪୯ ମାଧ୍ୟମରେ ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହ ଛଡ଼ାଯାଇଥିଲା ।

Leave A Reply

Your email address will not be published.

two × five =

error: Content is protected !!
Open chat