ଉପଯୁକ୍ତ ଡାକ୍ତରୀ ପରାମର୍ଶ ଓ ସହାୟତା ସହ କଟକ-ଭୁବନେଶ୍ୱରସ୍ଥିତ କୋଭିଡ଼୍‌ ହସ୍ପିଟାଲକୁ ସାରା ରାଜ୍ୟରୁ ରୋଗୀ ଆସିପାରିବେ – ମୁଖ୍ୟ ଶାସନ ସଚିବ

0 276
greentech

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୯ : ଟ୍ୱିନ୍‌-ସିଟି କଟକ-ଭୁବନେଶ୍ୱର ସ୍ଥିତ କୋଭିଡ଼୍‌ ହସ୍ପିଟାଲକୁ କୋଭିଡ଼ ରୋଗୀମାନଙ୍କୁ ପଠାଇବା ନିମନ୍ତେ ସରକାର ବାରଣ କରିନାହାନ୍ତି । ସରକାର ଟ୍ୱିନ୍‌-ସିଟିରେ ସୃଷ୍ଟି କରିଥିବା ଚିକିତ୍ସା ସୁବିଧା ସାରା ରାଜ୍ୟର ଲୋକମାନଙ୍କ ପାଇର୍ ଉଦ୍ଦିଷ୍ଟ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ କହିଛନ୍ତି ।

ରୋଗୀମାନଙ୍କୁ ଉପଯୁକ୍ତ ଡାକ୍ତରୀ ପରାମର୍ଶ ଓ ଅମ୍ଳଜାନ ଆଦି ସହାୟତା ସହକଟକ ଓ ଭୁବନେଶ୍ୱରର ରେଫରାଲ୍‌ ହସ୍ପିଟାଲ ପଠାଇବା ପାଇଁ ସରକାରୀ ନିର୍ଦ୍ଦେଶନାମାରେ କୁହାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଯେ, ଜଣେ ରୋଗୀ ଯେପରି ସୁରକ୍ଷିତ ଭାବେ ରେଫରାଲ ହସ୍ପିଟାଲରେ ପହଂଚି ପାରିବେ ସେ ବିଷୟରେ ବିଭାଗୀୟ ନିର୍ଦ୍ଦେଶନାମାରେ କୁହାଯାଇଛି । କ୍ରିଟିକାଲ ଚିକିତ୍ସା ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରିବା ଏହାର ଉଦ୍ଦେଶ୍ୟ ।

ଆସିଲା ବେଳେ ଯେପରି ରୋଗୀଙ୍କର ଅମ୍ଳଜାନ ଅଭାବ ନ ହୁଏ, ହାଇପକସିଆ ନ ହୁଏ ଏ ସବୁ ବିଷୟରେ ଯତ୍ନବାନ ହେବା ପାଇଁ ଜିଲ୍ଲାସ୍ତରରେ କାର୍ଯ୍ୟରତ ଚିକିତ୍ସକ ଏବଂ ସ୍ୱାସ୍ଥ୍ର୍ୟ ଅଧିକାରୀ ମାନଙ୍କୁ କୁହାଯାଇଛି । ଆସିବା ବେଳେ ରୋଗୀ ନିଜେ କି କି ସତର୍କତା ଅବଲମ୍ବନ କରିବା ଦରକାର ତାହା ମଧ୍ୟ ସମ୍ପୃକ୍ତ ଡାକ୍ତର ରୋଗୀଙ୍କୁ ସଠିକ୍‌ ଭାବେ ବୁଝାଇବେ । ରୋଗୀଙ୍କୁ ଉପଯୁକ୍ତ ପ୍ରାରମ୍ଭିକ ଚିକିତସା, ପରାମର୍ଶ ଓ ଉପଯୁକ୍ତ ବ୍ୟବସ୍ଥା ସହ ପଠାଇଲେ ରୋଗୀଙ୍କର ଅବସ୍ଥାରେ ବିଶେଷ ଅବନତି ହେବ ନାହିଁ ଏବଂ ତାଙ୍କ ଜୀବନ ରକ୍ଷାର ସମ୍ଭାବନ ବଢ଼ିବ ବୋଲି ଶ୍ରୀ ମହାପାତ୍ର ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.

2 × one =

error: Content is protected !!
Open chat