ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୯ : ଦେଶର ଉପ-ରାଷ୍ଟ୍ରପତି ଏମ୍.ଭେଙ୍କିଆ ନାଇଡ଼ୁ କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ମଙ୍ଗଳବାର ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି । ଉପରାଷ୍ଟ୍ରପତି ପଜିଟିଭ୍ ଥିବା ନିଜ ଟ୍ୱିଟ୍ରେ ସମସ୍ତଙ୍କୁ ଜଣାଇଛନ୍ତି ।
ଏହି ଟ୍ଵିଟରେ କୁହାଯାଇଛି ଯେ ମଙ୍ଗଳବାର ସକାଳେ ଉପରାଷ୍ଟ୍ରପତିଙ୍କ ନିୟମିତ କରୋନା ପରୀକ୍ଷା ହୋଇଥିଲା ଓ ପରୀକ୍ଷଣ ପାଇଁ ତାଙ୍କର ସ୍ଵାବ ପଠାଯାଇଥିଲା। । ସେଥିରେ ତାଙ୍କ ନମୁନା ପଜିଟିଭ ଆସିଛି । ତେବେ ତାଙ୍କର କୌଣସି ଲକ୍ଷଣ ନାହିଁ ଓ ସେ ସୁସ୍ଥ ଅଛନ୍ତି । ତାଙ୍କ ପତ୍ନୀ ଉଷା ନାଇଡୁଙ୍କ ନମୁନା ନେଗେଟିଭ ବାହାରିଛି । ସେ ମଧ୍ୟ ହୋମ କ୍ୱାରାଣ୍ଟାଇନରେ ଅଛନ୍ତି । ତେବେ ତାଙ୍କର କୌଣସି କରୋନା ଲକ୍ଷଣ ନଥିବାରୁ ଭେଙ୍କେୟା ନାଇଡୁଙ୍କୁ ଡାକ୍ତର ହୋମ କ୍ଵାରେଣ୍ଟାଇନ୍ରେ ରହିବାକୁ ପରାମର୍ଶ ଦେଇଛନ୍ତି।