ରାଜଗାଙ୍ଗପୁର ମୁଖ୍ୟ ଡାକଘର: କାର୍ଯ୍ୟଳୟରେ “ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ” ନୀତି ଦେଖିବାକୁ ମିଳୁଛି ! !

0 900
greentech

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୩୦/୦୯ : ସମଗ୍ର ବିଶ୍ୱ କରୋନା ପ୍ରଭାବରେ ପ୍ରଭାବିତ । ଏହା ପ୍ରଭାବରୁ ମୁକ୍ତି ପାଇବା ପାଇଁ ସରକାରଙ୍କ ପକ୍ଷରୁ ଲକଡାଉନ ସଟଡାଉନ ଘୋଷଣା କରାଯାଇଥିଲା । ବର୍ତ୍ତମାନ ଅନଲକ ପ୍ରକ୍ରିୟାରେ ସାମାଜିକ ଦୂରତା ଓ ମାସ୍କ ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି, କିନ୍ତୁ ସରକାରୀ ନିୟମ ଉଲ୍ଲଂଘନ ହେଉଛି ସରକାରୀ କାର୍ଯ୍ୟାଳୟ ରେ ! ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଓ ଘରେ ରହିବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି ମାତ୍ର ଏହାର ବ୍ୟତିକ୍ରମ ଦେଖା ଯାଇଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରର ସପ୍ତାହିକ ବଜାର ପାଖରେ ଥିବା ମୁଖ୍ୟ ଡାକଘରେ । ଏହି କାର୍ଯ୍ୟଳୟରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ମଧ୍ୟ ମାସ୍କ ଵ୍ୟଵହାର କରିନଥିବା ଦୃଶ୍ୟ ନଜରକୁ ଆସିଛି।

ସରକାରଙ୍କ ପକ୍ଷରୁ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଉଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ରାଜଗାଙ୍ଗପୁର ମୁଖ୍ୟ ଡାକଘରେ। ଡାକଘର କର୍ତ୍ତୃପକ୍ଷଙ୍କ ତରଫରୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଠିକ ଭାବରେ ବ୍ୟବସ୍ଥା କରାଯାଇ ନ ଥିବା ଫଳରେ ଡାକଘରକୁ ଆସୁଥିବା ଜନସାଧାରଣଙ୍କ ଦ୍ଵାରା ସାମାଜିକ ଦୁରତା ରକ୍ଷା ହୋଇପାରୁ ନାହି। ଡାକଘର ଭିତରକୁ ପଶିବା ବେଳେ କୌଣସି ସାନିଟାଇଜର ବ୍ୟବସ୍ଥା ମଧ୍ୟ କରାଯାଇ ନାହି। ସରକାର ଅନଲକ ପ୍ରକ୍ରିୟା କରିଥିଲେ ମଧ୍ୟ ମାସ୍କ ବ୍ୟବହାର ଓ ସାମଜିକ ଦୂରତ୍ୱ ନିୟମକୁ କଡାକଡି କରିଛନ୍ତି ଓ ଏହି ନିୟମକୁ ଉଲଘଂନ କଲେ ସରକାର ପକ୍ଷରୁ ମୋଟାଅଙ୍କର ଜୋରିମାନା ମଧ୍ୟ ଆଦାୟ କରାଯାଉଛି । କିନ୍ତୁ ଏହି ଡାକଘର କାର୍ଯ୍ୟଳୟରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ଖୁଲମଖୁଲା ନିୟମକୁ ଉଲଘଂନ କରୁଥିଲେ ମଧ୍ୟ ପ୍ରଶାସନ କି କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ପ୍ରକାରର କାର୍ଯ୍ୟନୁଷ୍ଠାନ ନିଆଯାଉନାହିଁ। ଗରିବ ଜନସାଧାରଣମାନେ ମାସ୍କ ଓ ସାମାଜିକ ଦୂରତା ନିୟମକୁ ଉଲଘଂନ କଲେ ମୋଟା ଅଙ୍କର ଜୋରିମାନା ଗଣୁଛନ୍ତି କିନ୍ତୁ ସରକାରୀ କାର୍ଯ୍ୟଳୟରେ ଏହି ନିୟମ ଲାଗୁ କଣ ପାଇଁ ହେଉନାହିଁ ତାହା ଏବେ ସାଧାରଣରେ ଚର୍ଚ୍ଚା ହୋଇଛି।

Leave A Reply

Your email address will not be published.

5 × 4 =

error: Content is protected !!
Open chat