ଏଥର ଗୁଗଲ ଚୀନକୁ ଦେଲା ଜୋରଦାର ଝଟକା ! ! ଡିଲିଟ୍ କଲା ୨୫୦୦ ୟୁଟ୍ୟୁବ ଚ୍ୟାନେଲ

0 407
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ /ଓ୍ବାଶିଂଟନ୍ ୦୭/୦୮: ଚାଇନାକୁ ପୁଣି ଏକ ବଡ଼ ଝଟ୍‌କା ଲାଗିଛି। ଗୁଗଲ ପକ୍ଷରୁ ଚାଇନାର ୨୫୦୦ ୟୁଟ୍ୟୁବ୍‌ ଚ୍ୟାନେଲ୍‌କୁ ଡିଲିଟ୍‌ କରିଛି। ଏପ୍ରିଲ୍‌ରୁ ଜୁନ୍‌ ମାସ ମଧ୍ୟରେ ଗୁଗଲ ପକ୍ଷରୁ ଏଭଳି କରାଯାଇଛି। ଏହି ଚ୍ୟାନେଲରେ ଭ୍ରମାତ୍ମକ ତଥ୍ୟ ପ୍ରଦର୍ଶିତ କରାଯାଉଥିଲା । ଫେକ୍ ନ୍ୟୁଜ ପ୍ରସାରଣ କରିବା କାରଣରୁ ଏହି ସବୁ ଚ୍ୟାନେଲକୁ ଡିଲିଟ୍ କରି ଦିଆଯାଇଛି ।

ଆଲ୍ଫାବେଟର ମାଲିକାନାରେ ଏକ କମ୍ପାନୀ କହିଛି ଯେ, ଏହି ସବୁ ୟୁଟ୍ୟୁବ ଚ୍ୟାନେଲକୁ ଏପ୍ରିଲରୁ ମେ ମଧ୍ୟରେ ହଟାଇ ଦିଆଯାଇଛି ।ଏପରି ଚୀନ ସହ ଜଡିତ ଇନଫ୍ଲୁଏନ୍ସ ଅପରେସନ ଆଧାରରେ କରାଯାଇଛି ।

ୟୁଟ୍ୟୁବ କହିଛି ଯେ, ଏହି ସବୁ ଚ୍ୟାନେଲରେ ସାଧାରଣତଃ ସ୍ପାମ, ନନ୍ ପଲିଟିକାଲ କଣ୍ଟେଣ୍ଟ ପୋଷ୍ଟ କରାଯାଉଥିଲା । କିନ୍ତୁ ଏଥିରେ ରାଜନୀତି ସମ୍ବନ୍ଧୀୟ କିଛି କଥା ମଧ୍ୟ ରହିଥିଲା । ଗୁଗଲ ନିଜ ତ୍ରୈମାସିକ ବୁଲେଟନିରେ ଏନେଇ ସୂଚନା ଦେଇଛି । ତେବେ ଏହି ସବୁ ଚ୍ୟାନେଲର ନାଁ ପ୍ରକାଶ କରାଯାଇ ନାହିଁ ।

ଆମେରିକାରେ ଅବସ୍ଥିତ ଚୀନ ଦୂତାବାସ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ । ଏହାପୂର୍ବରୁ ଚୀନ ବାରମ୍ବାର ଭ୍ରମ ଓ ମିଛ ଖବର ଦେଉଥିବା ଅଭିଯୋଗକୁ ଅସ୍ୱୀକାର କରିଆସିଛି ।

ସୂଚନାଯୋଗ୍ୟ, ନିକଟରେ ଭାରତ ଅନେକ ଚୀନ ଆପ୍‌କୁ ବ୍ୟାନ୍ କରିଥିଲା । ଏହା ବ୍ୟତୀତ ଅନ୍ୟ ଚୀନ ଆପ୍ ଉପରେ ମଧ୍ୟ କଡା ନଜର ରଖାଯାଉଛି । ଚୀନର ସର୍ଟ ଭିଡିଓ ପ୍ଲାଟଫର୍ମ ଟିକଟକ୍‌କୁ ମଧ୍ୟ ବ୍ୟାନ୍ କରାଯାଇଛି ।

Leave A Reply

Your email address will not be published.

6 − 6 =

error: Content is protected !!
Open chat