ଏଥର ବିନା ଦର୍ଶକରେ ହେବ ଇଣ୍ଡିଆନ ସୁପର ଲିଗ୍‌

0 458
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୭: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ୭ମ ସଂସ୍କରଣ ଆସନ୍ତା ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ରୁଦ୍ଧଦ୍ୱାରରେ ଅନୁଷ୍ଠିତ ହେବ। କୋଭିଡ୍‌-୧୯ ମହାମାରୀ ଯୋଗୁ ଏହି ଫୁଟ୍‌ବଲ ଇଭେଣ୍ଟ ଦୁଇଟି ରାଜ୍ୟ ମଧ୍ୟରେ ଖେଳାଯିବା ସମ୍ଭାବନା ରହିଛି। ପ୍ରତିଯୋଗିତା ଆୟୋଜନ ଦୌଡ଼ରେ ଗୋଆ ଓ କେରଳ ଆଗରେ ରହିଛନ୍ତି। ସୋମବାର ଆଇଏସ୍‌ଏଲ ଆୟୋଜକ ଫୁଟ୍‌ବଲ ସ୍ପୋଟର୍‌ସ ଡେଭଲପମେଣ୍ଟ ଲିମିଟେଡ୍‌ (ଏଫ୍‌ଏସ୍‌ଡିଏଲ୍‌) ଏବଂ କ୍ଲବ ପ୍ରତିନିଧିମାନଙ୍କର ଏକ ବୈଠକ ବସିଥିଲା। ଏଥିରେ କେରଳ, ଗୋଆ, ପଶ୍ଚିମବଙ୍ଗ ଏବଂ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ସମ୍ପର୍କରେ ଆଲୋଚନା ହୋଇଥିଲା। ତେବେ ବର୍ତ୍ତମାନ ପରିସ୍ଥିତିରେ ଗୋଆ ଓ କେରଳ ଟୁର୍ନାମେଣ୍ଟ ପାଇଁ ଉପଯୁକ୍ତ ସ୍ଥାନ ବୋଲି ଏଥିରେ ମତ ପ୍ରକାଶ ପାଇଥିଲା।

ଆଇଏସଏଲକୁ ଦୁଇଟି ରାଜ୍ୟର ଏକାଧିକ ସ୍ଥାନରେ ଆୟୋଜନ କରିବା ଲାଗି ଯୋଜନା ରହିଛି। ରାଜ୍ୟ ଏବଂ ଭେନ୍ୟୁ ଚୂଡ଼ାନ୍ତ କରିବା ପୂର୍ବରୁ ବିଭିନ୍ନ ଦିଗରୁ ବିଚାର କରାଯିବ ବୋଲି ଏଥିରେ ସ୍ଥିର କରାଯାଇଛି। ଅକ୍ଟୋବରରେ ଆଇଏସ୍‌ଏଲ୍‌ ଓ୍ବାର୍କଶପ ଅୟୋଜିତ ହେବ। ସେତେବେଳେ ଇଭେଣ୍ଟ ସମ୍ପର୍କିତ ନୀତି ଓ ନିୟମର ସମ୍ପୂର୍ଣ୍ଣ ବିବରଣୀ ଉପସ୍ଥାପନ କରାଯିବ। ଉତ୍ତରପୂର୍ବାଞ୍ଚଳର ଆଇଜଲ, ଇମ୍ଫାଲ, ଶିଲଂ, ଗୁଆହାଟୀ ଏବଂ ଗାଙ୍ଗ୍‌ଟକ ଆଦିକୁ ସମ୍ଭାବ୍ୟ ଭେନ୍ୟୁ ନେଇ ଆଲୋଚନା ହୋଇଥିଲା। କୋଲକାତା ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା। ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ସିରିଜକୁ ଏକ ଉଦାହରଣ ଭାବେ ଗ୍ରହଣ କରି ଟିମ୍‌ ଗୁଡ଼ିକୁ ଜୈବ ସୁରକ୍ଷିତ ପରିବେଶ ମଧ୍ୟରେ ରଖିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ସୂଚନାଯୋଗ୍ୟ, କରୋନା ଭାଇରସ୍‌ ଯୋଗୁ ଗତ ମାର୍ଚ୍ଚ ୧୪ରେ ଗୋଆର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଏଟିକେ ଏବଂ ଚେନ୍ନାଇନ ଏଫ୍‌ସି ମଧ୍ୟରେ ଗତ ଆଇଏସ୍‌ଏଲ୍‌ ମ୍ୟାଚ ରୁଦ୍ଧଦ୍ୱାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.

14 + 14 =

error: Content is protected !!
Open chat