![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୧/୦୭ : ଏନ-୯୫ ମାସ୍କ ବ୍ୟବହାର ନ କରିବା ପାଇଁ କେନ୍ଦ୍ର ସରକାର ଚେତାବନୀ ଦେଇଛନ୍ତି । ଏ ନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକୁ ଚିଠି ଲେଖିଛନ୍ତି । ଏଥିରେ କୁହାଯାଇଛି ଯେ, ଏହା ଜୀବାଣୁ ବିସ୍ତାରକୁ ରୋକିପାରିବ ନାହିଁ ଓ ଏହାର ଧାରଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ କ୍ଷତିକାରକ ଅଟେ ।
![](https://i0.wp.com/kalingajyoti.com/wp-content/uploads/2020/07/5647657657.jpg?resize=468%2C201&ssl=1)
କେନ୍ଦ୍ର ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ (ଡିଜିଏଚଏସ) ରାଜୀବ ଗର୍ଗ ଏହି ପରିପ୍ରେକ୍ଷୀରେ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି। ଚିଠିରେ ଉଲ୍ଲେଖ ରହିଛି ଯେ, ସ୍ୱୀକୃତିପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ବ୍ୟତୀତ ସାଧାରଣ ଲୋକ ଭଲଭ୍ ଲାଗିଥିବା ଏନ-୯୫ ମାସ୍କର ଅପବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। କାରଣ କରୋନା ସଂକ୍ରମଣକୁ ରୋକିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ପାଇଁ ଏହା କ୍ଷତିକାରକ କାରଣ ଏହା ଜୀବାଣୁ ରକ୍ଷା କରିବାରେ ରୋକିପାରିବ ନାହିଁ । ସରକାର ଏପ୍ରିଲରେ ମୁହଁ ଓ ପାଟି ପାଇଁ ଘରୋଇ ପ୍ରତିରକ୍ଷା କଭର ବ୍ୟବହାର ଉପରେ ଏକ ପରାମର୍ଶଦାତା ଜାରି କରି ଏହାକୁ ବ୍ୟବହାର ପାଇଁ କହିଥିଲେ ।
![](https://kalingajyoti.com/wp-content/uploads/2020/07/676576576.jpg)
ଡିଜିଏଚଏସ ମହାନିର୍ଦ୍ଦେଶକ ରାଜୀବ ଗର୍ଗ ରାଜ୍ୟଗୁଡ଼ିକୁ କହିଛନ୍ତି ଯେ, “ଛିଦ୍ରଯୁକ୍ତ ଶ୍ୱାସଯନ୍ତ୍ର ଲାଗିଥିବା ଏନ-୯୫ ମାସ୍କ କରୋନା ସଂକ୍ରମଣ ରୋକିବା ଲାଗି ନିଆଯାଉଥିବା ପଦକ୍ଷେପ ପାଇଁ କ୍ଷତିକାରଣ ଅଟେ। କାରଣ ଭୂତାଣୁକୁ ବାହାରକୁ ଯିବାରେ ଏହି ମାସ୍କ ରୋକିପାରିବ ନାହିଁ। ଏଣୁ ଏହି ସବୁ ବିଷୟକୁ ଦୃଷ୍ଟିରେ ରଖି ଆପଣଙ୍କୁ ଅନୁରୋଧ କରୁଛି ଯେ, ଆପଣ ଲୋକଙ୍କୁ ପାଟି ଓ ମୁହଁ ଆବଦ୍ଧ କରିବାକୁ ତଥା ଏନ-୯୫ ମାସ୍କର ଅପବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ।”
ଅନ୍ୟପଟେ ପାଟି ଓ ମୁହଁ ଆବଦ୍ଧ କରିବା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଓ୍ୱେବସାଇଟରେ ଉପଲବ୍ଧ ଘର ତିଆରି ମାସ୍କ ବ୍ୟବହାର କରିବା ଲାଗି ଥିବା ନିର୍ଦ୍ଦେଶନାମାକୁ ଅନୁସରଣ କରିବା ପାଇଁ ବିଜିଏଚଏସ୍ ପକ୍ଷରୁ ସୂଚିତ କରାଯାଇଛି। ଗତ ଏପ୍ରିଲରେ ସରକାର ଘରେ ତିଆରି ମାସ୍କ ଦ୍ୱାରା ପାଟି ଓ ମୁହଁକୁ ଆବଦ୍ଧ କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ଘରୁ ବାହାରକୁ ପାଦ କାଢ଼ିଲେ ମାସ୍କ ବ୍ୟବହାର କରିବାରୁ ଏଥିରେ ନିର୍ଦ୍ଦେଶ ରହିଛି।
![](https://i0.wp.com/kalingajyoti.com/wp-content/uploads/2020/07/ututyuy7uy-1.jpg?resize=474%2C265&ssl=1)
ତେବେ ଏହି ନିର୍ଦ୍ଦେଶନାମାରେ ଫେସ୍ ମାସ୍କକୁ ପ୍ରତ୍ୟେକ ଦିନ ସଫା କରିବାକୁ ଗୁରୁତ୍ୱ ଦିଆଯାଇଛି। ସେହିଭଳି କୌଣସି ବ୍ୟବହୃତ କପଡ଼ାକୁ ମଧ୍ୟ ମୁହଁ ଓ ପାଟି ଘୋଡ଼ାଇବାକୁ ମାସ୍କ ଭଳି ବ୍ୟବହାର କରିହେବ ବୋଲି ଏଥିରେ କୁହାଯାଇଛି। ଏହାସହ ମାସ୍କକୁ ପ୍ରତ୍ୟେକ ଦିନ ଗରମ ପାଣିରେ ୫ ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ଭଲ ଭାବେ ସଫା କରିବା ଆବଶ୍ୟକ। ଏବଂ ସୁଖିଲା ପରେ ମୁହଁ, ପାଟି ଘୋଡ଼ାଇବାକୁ ବ୍ୟବହାର କରିବାକୁ ନିର୍ଦ୍ଦେଶ ରହିଛି। ତେବେ ଗରମ ପାଣିରେ ଧୋଇବା ସମୟରେ ଲୁଣ ମିଶାଇବା ଅଧିକ ଉପଯୋଗୀ ବୋଲି ପରାମର୍ଶ ଦିଆଯାଇଛି।