![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୭ : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନ୍ଲାଇନ୍ ପଞ୍ଜୀକରଣ ସମୟ ସୀମାକୁ ବୃଦ୍ଧି କରାଯାଇଛି। ଏଥିସହ ପରୀକ୍ଷା କେନ୍ଦ୍ର ପାଇଁ ସହର ସଂଖ୍ୟାକୁ ମଧ୍ୟ ବଢାଯାଇଛି। ଏନେଇ ଓଜେଇଇ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।
![](https://i0.wp.com/kalingajyoti.com/wp-content/uploads/2020/07/uu7.jpg?resize=388%2C242&ssl=1)
ବିଜ୍ଞପ୍ତି ଅନୁଯାୟୀ ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ଆଗ୍ରହୀ ବିଦ୍ୟାର୍ଥୀ ଜୁଲାଇ ୩୧ ସୁଦ୍ଧା ଅନ୍ଲାଇନ୍ରେ ପଞ୍ଜୀକରଣ କରିପାରିବେ। ଆବେଦନକାରୀ ଅଗଷ୍ଟ ୫ ସୁଦ୍ଧା ଦାଖଲ କରିପାରିବେ। ପୂର୍ବରୁ ଆବେଦନର ଶେଷ ତାରିଖ ଜୁଲାଇ ୨୫ ଥିବାବେଳେ ଫି ଦାଖଲ ଅବଧି ୩୧ ଥିଲା। ଏଥିସହ ଅନୁଗୋଳ, ବାରିପଦା, ବରଗଡ଼, ଜୟପୁର ଓ କେନ୍ଦୁଝର ସହରରେ ଚଳିତ ବର୍ଷ ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଣିକି ମୋଟ ରାଜ୍ୟର ୧୫ଟି ସହରରେ ବିଦ୍ୟାର୍ଥୀ ଓଜେଇଇ ପରୀକ୍ଷା ଦେଇପାରିବେ। ପୂର୍ବରୁ ଆବେଦନ କରିଥିବା ବିଦ୍ୟାର୍ଥୀ ଚାହିଁଲେ ଅନ୍ଲାଇନ୍ ଜରିଆରେ ପରୀକ୍ଷା କେନ୍ଦ୍ର ସହରକୁ ବଦଳାଇ ପାରିବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।