ଓଡ଼ିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁ ହେଲେ ନୂତନ ସିଏଜି : କାଲି ଦେଇଥିଲେ ଜମ୍ମୁ-କାଶ୍ମୀରର ପ୍ରଥମ ଉପ-ରାଜ୍ୟପାଳ ପଦବୀରୁ ଇସ୍ତଫା

0 410
greentech

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୬/୦୮: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବରେ କାର୍ଯରତ ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ନୂଆ ସିଏଜି / CAG (Comptroller and Auditor General) ଘୋଷିତ କରାଯାଇଛି। ଯେଉଁ ଦିନ ସରକାର ତାଙ୍କୁ ସିଏଜି ଭାବରେ ନିଯୁକ୍ତ କରିଛନ୍ତି, ଠିକ୍ ୧ ବର୍ଷ ପୂର୍ବେ ସେହି ଦିନ ଜମ୍ମୁ-କାଶ୍ମୀରର ବିଭାଜନ ପରେ ଦୁଇ କେନ୍ଦ୍ର ଶାସିତ ରାଜ୍ୟ ଜମ୍ମୁ-କାଶ୍ମୀର ଓ ଲଦାଖ କରାଯାଇଥିଲା ଓ ମୁର୍ମୁ ଜମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ରାଜ୍ୟର ପ୍ରଥମ ଉପରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ। ଗତ କାଲି ସେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ।

ଗିରିଶ ଚନ୍ଦ୍ର ମୁର୍ମୁ ୧୯୮୫ ବ୍ୟାଚର ଗୁଜରାଟ କ୍ୟାଡରର ଆଇଏଏସ୍ ଅଫିସର ଅଟନ୍ତି। ଯେତେବେଳେ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ସେ ମୁଖ୍ୟ ସଚିବ ଥିଲେ। କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବରେ ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ ନିଯୁକ୍ତି ପାଇଥିଲେ। ସେହି ସମୟରେ ଜାମ୍ମୁ-କାଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ମୟୂରଭଞ୍ଜ ବେତନଟୀରେ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଜନ୍ମ ସ୍ଥାନ । ସେ ପୂର୍ବରୁ କେନ୍ଦ୍ରର ଅନେକ ବିଭାଗର ସଚିବ ରହିଛନ୍ତି।  

ସିଏଜି ଭାରତର ସମ୍ବିଧାନ ଦ୍ବାରା ସ୍ଥାପିତ ଅଥରିଟି ଓ ଏହା ସରକାରଙ୍କ ପ୍ରଭାବ କ୍ଷେତ୍ରରୁ ବାହାରେ ରହିଛି। ଏହାକୁ ସରକାରଙ୍କ ଆମଦାନୀ ଓ ଖର୍ଚ୍ଚ ଉପରେ ନଜର ରଖିବା ପାଇଁ ଗଠନ କରାଯାଇଛି। ସିଏଜି କନଟ୍ରେଲୋର ଆଣ୍ଡ ଅଡିଟର ଜେନେରାଲ ଅଫ୍ ଇଣ୍ଡିଆ(ସିଏଜି) ସରକାରଙ୍କ ମୁଖ୍ୟ ଅଡିଟର ଅଟନ୍ତି। ସିଏଜିଙ୍କ ନିଯୁକ୍ତି ଦେଶର ରାଷ୍ଟ୍ରପତିଙ୍କ ଦ୍ବାରା ହୋଇଥାଏ ଓ ପଦରୁ ହଟିବାର ପକ୍ରିୟା ସେଭଳି ହିଁ ରହିଥାଏ, ଯେପରି ସୁପ୍ରିମକୋର୍ଟର ବିଚାରପତିଙ୍କ ମାମଲାରେ ଗ୍ରହଣ କରାଯାଇଥାଏ। ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ରାଫେଲ, କୋଇଲା ଖାଦାନର ଆବଣ୍ଟନ, ଟେଲିକମ୍ ସ୍ପେକ୍ଟ୍ରମ୍ ଆବଣ୍ଟନ, ଅଲ୍ଟ୍ରା ମେଗା ପାଓ୍ବାର ପ୍ରୋଜେକ୍ଟ ଓ ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ନିଜର ରିପୋର୍ଟ କାରଣରୁ ଖୁବ୍ ଚର୍ଚ୍ଚାରେ ରହିଥିଲା।

Leave A Reply

Your email address will not be published.

thirteen + two =

error: Content is protected !!
Open chat