ଓମିକ୍ରନ ବଢୁଥିଲେ ବି ଡେଲଟାର ପ୍ରଭାବ ରହିଛି: ଆଇସିଏମ୍ଆ‌ର ଅତିରିକ୍ତ ନିର୍ଦ୍ଦେଶକ

0 439
greentech

ଭୁବନେଶ୍ବର ୧୯/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଦେଶରେ କୋଭିଡି-୧୯ର ଡେଲଟା ଭାରିଆଣ୍ଟର ପ୍ରଭାବ ଏବେ ବି ରହିଛି । ଯଦିଓ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି, ତଥାପି ଏବେ ବି ଦେଶରେ ଅଧିକାଂଶ ଡେଲଟା ଦ୍ୱାରା ସଂକ୍ରମିତ ହେଉଛନ୍ତି । ଆଇସିଏମ୍ଆ‌ରର ଅତିରିକ୍ତ ନିର୍ଦ୍ଦେଶକ ସମୀରନ ପଣ୍ଡା ଏହା କହିଛନ୍ତି । ଏବେ କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଯେଉଁ ଚିକିତ୍ସା ଚାଲିଛି ଓ ଟିକାର ପ୍ରଭାବ ରହିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଆଗକୁ ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢିଲେ ମଧ୍ୟ ହସ୍ପିଟାଲ ଉପରେ ସେମିତି ଚାପ ପଡିନପାରେ, ଯେପରି ଡେଲଟା ଭାରିଆଣ୍ଟ ବେଳେ ଦେଖା ଦେଇଥିଲା । ସେ କହିଛନ୍ତି, ଏବେ ଯେଉଁମାନେ ଓମିକ୍ରନ ଭାରିଆଣ୍ଟ ଦ୍ବାରା ସଂକ୍ରମିିତ ଚିହ୍ନଟ ହୋଇଛନ୍ତି ସେମାନଙ୍କର ଯାତ୍ରା ବିବରଣୀ ହେଉଛି ଦିଦେଶ ଗସ୍ତ। ତେଣୁ ଏପରି ସ୍ଥିତିରେ କରୋନା ନିୟମ ମାନିବା ଜରୁରୀ । ରାଜ୍ୟ ସରକାର ଜନ ଗହଳିକୁ ଦୂରେଇ ରଖିବା ସହିତ ବିଦେଶ ଫେରନ୍ତାଙ୍କୁ ଚିହ୍ନଟ କରିବା ଜରୁରୀ ।

ଏନେଇ ରାଜ୍ୟ ସରକାର ପ୍ରସ୍ତୁତ ରହିବା ସହିତ ହସ୍ପିଟାଲ ଗୁଡିକୁ ସତର୍କ ରହିବାକୁ ଆଇସିଏମ୍ଆ‌ର କହିଛି । ଏହି ଓମିକ୍ରନ ଯେମିତି ଗୋଷ୍ଠୀ ସଂକ୍ରମଣରେ ପରିଣତ ନହୁଏ ସେଥିପ୍ରତି ସଜାଗ ରହିବାକୁ ହେବ । ଏହାକୁ ରୋକିବାକୁ ଜିଲ୍ଲା ସ୍ତରରେ ପ୍ରସ୍ତୁତ ରହିବାକୁ ହେବ ବୋଲି ଆଇସିଏମଆର କହିଛି ।

Leave A Reply

Your email address will not be published.

20 − 6 =

error: Content is protected !!
Open chat