କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୭/୦୯ : ବଲିଉଡ ଫିଲ୍ମ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ହିମାଚଳ ପ୍ରଦେଶ ସରକାର ଏବେ ସୁରକ୍ଷା ଦେବେ। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ରାଜ୍ୟର ଡିଜିପିଙ୍କୁ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। କଙ୍ଗନା କିଛି ଦିନ ପୂର୍ବରୁ ହିଁ ହିମାଚଳ ପ୍ରଦେଶ ସରକାରଙ୍କ ନିଜ ସୁରକ୍ଷା ପାଇଁ ଦାବି କରିଥିଲେ। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ରବିବାର କହିଛନ୍ତି କି, କଙ୍ଗନାଙ୍କ ପିତା ଏହି ସମ୍ପର୍କରେ ରାଜ୍ୟର ଡିଜିପିଙ୍କୁ ଚିଠି ଲେଖିଛନ୍ତି। ଗତକାଲି କଙ୍ଗନାଙ୍କ ଭଉଣୀଙ୍କର ମଧ୍ୟ ତାଙ୍କ ପାଖକୁ ଫୋନ୍ ଆସିଥିଲା। କଙ୍ଗନା ସେପ୍ଟେମ୍ବର ୯ରେ ମୁମ୍ବାଇ ଯିବାକୁ ଚାହୁଁଛନ୍ତି । କଙ୍ଗନାଙ୍କ ମୁମ୍ବାଇ ଯାତ୍ରା ପାଇଁ ସୁରକ୍ଷା ଦେବାକୁ ଆମେ ଚିନ୍ତା କରୁଛୁ। ସେ ହିମାଚଳର ଝିଅ, ତାଙ୍କର ସୁରକ୍ଷା ଆମର ଦାୟିତ୍। ।
ସୂଚନାଯୋଗ୍ୟ ଯେ, ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଗୋଟଏ ପରେ ଗୋଟିଏ ଲିଙ୍କ ପଦାକୁ ଆସୁଛି। ଇଡି, ଏନସିବି ଓ ସିବିଆଇ ମାମଲାରେ ବିଭିନ୍ନ ଦିଗ ଉପରେ ତଦନ୍ତ କରୁଛନ୍ତି । ଗତକାଲି ଏନସିବି ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଓ ସାମୁଏଲକୁ ଗିରଫ କରିଛି । ତେବେ ସୁଶାନ୍ତଙ୍କ ମୃତ୍ୟୁ ହେବା ପାଖରୁ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି କହିବା ସହ ବଲିଉଡ ଓ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିଆସିଛନ୍ତି କଙ୍ଗନା ରଣାଓ୍ବତ ।