ପତ୍ନୀ ବର୍ଷାଙ୍କ ସହ ତାଙ୍କୁ ନେଇ ଗଣମାଧ୍ୟମରେ ମନଗଢା କାହାଣୀ ସୃଷ୍ଟି ନ କରିବାକୁ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନିବେଦନ

0 472
greentech


ନୂଆଦିଲ୍ଲୀ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୯ : ତାଙ୍କ ପତ୍ନୀଙ୍କ ସହ ବିବାଦ ଘଟଣା ସାମନାକୁ ଆସିବା ପରେ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ତାଙ୍କୁ ଓ ବର୍ଷାଙ୍କୁ ନେଇ କୌଣସି ମନଗଢା କାହାଣୀ ସୃଷ୍ଟି ନ କରିବାକୁ ନିବେଦନ କରିଛନ୍ତି ।

ସେ ଏକ ପ୍ରେସ ବିବୃତି ଜାରି କରି ଅନୁଭବ କହିଛନ୍ତି, ତାଙ୍କର ବ୍ୟକ୍ତିଗତ ଜୀବନକୁ ପଦାରେ ନ ପକାଇବା ପାଇଁ ସେ କିଛି ମାସ ଧରି ନିରବ ରହିଥିଲେ । ତେବେ ଗଣମାଧ୍ୟମରେ ତାଙ୍କ ସମ୍ପର୍କରେ ଉଦ୍ଦେଶ୍ୟମୂଳକ ଖବର ପ୍ରକାଶ ପାଇବା ପରେ ସେ ମୁହଁ ଖୋଲିବାକୁ ବାଧ୍ୟ ହୋଇଛନ୍ତି । ସେ କହିଛନ୍ତି, ପ୍ରତ୍ୟେକ ମଣିଷର ଆତ୍ମସମ୍ମାନ ତାର ଅଧିକାର । ଏହା ସହ ଅନୁଭବ ତାଙ୍କ ପ୍ରେସ ରିଲିଜରେ ଲେଖିଛନ୍ତି ପ୍ରତ୍ୟେକ କାହାଣୀର ଦୁଇଟି ଦିଗ ରହିଛି । ସେ ଲେଖିଛନ୍ତି ବର୍ଷାକୁ ମୁଁ ଗଭୀର ଭାବରେ ଭଲ ପାଇ ବିବାହ କରିଥିଲି । ତାଙ୍କୁ ଜଣେ ସଫଳ ମହିଳା ହିସାବରେ ମୁଁ ସମ୍ମାନ ଦିଏ । ହେଲେ ମୋର ବୈବାହିକ ଜୀବନ ଦୀର୍ଘଦିନ ଧରି ଖରାପ ସମୟ ଦେଇ ଗତି କରୁଥିଲା ବୋଲି ସେ ଏହି ବିବୃତିରେ ଉଲ୍ଲେଖ କରିଛନ୍ତି ।

ସେ କହିଛନ୍ତି ଯେ ସେ ଏହାକୁ ସୁଧାରିବା ପାଇଁ ଯଥେଷ୍ଟ ଉଦ୍ୟମ କରିଥିଲେ । କିନ୍ତୁ ତାହା ଫଳପ୍ରଦ ହୋଇ ନଥିଲା । ଅନୁଭବ ଆହୁରି ଲେଖିଛନ୍ତି, ପରସ୍ପରର ସାମାଜିକ ପ୍ରତିଷ୍ଠା ଓ ସମ୍ମାନ ରକ୍ଷା ପାଇଁ ସହମତି ଭିତିରେ ଛାଡପତ୍ର ଦେବାପାଇଁ ସେ ଓ ତାଙ୍କ ପରିବାର ଉଦ୍ୟମ କରିଥିଲେ । ଏହା ଫଳପ୍ରଦ ନହେବାରୁ ସେ ଛାଡପତ୍ର ପାଇଁ ଜୁଲାଇ ୨୦୨୦ରେ କୋର୍ଟରେ ଡିଭୋର୍ସ ପିଟିସନ ଦାଖଲ କରିଥିଲେ । ତାଙ୍କର ଡିଭୋର୍ସ ପିଟିସନ ଯେପରି ଲିକ ନହୁଏ, ସେଥିପାଇଁ ସେ ଓ ତାଙ୍କର ଓକିଲ ଉଦ୍ୟମ କରିଆସୁଥିଲେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

fourteen + sixteen =

error: Content is protected !!
Open chat