ପୁରୀ ସ୍ୱର୍ଗଦ୍ୱାର ପରେ ଏବେ ମହାପ୍ରଭୁଙ୍କ ମହାପ୍ରସାଦ ଉପରେ ଲାଗିଲା କଟକଣା: ଏଣିକି ଜିଲ୍ଲା ବାହାର ଲୋକଙ୍କ ପାଇଁ ଶ୍ରୀମନ୍ଦିରରେ ବରାଦି ମହାପ୍ରସାଦ ରନ୍ଧନ କରାଯିବ ନାହିଁ

0 541
greentech

ପୁରୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୯ : ପୁରୀ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲା ପ୍ରଶାସନ ପାଇଁ ଏହା ଚିନ୍ତାର କାରଣ ହୋଇଛି । । କରୋନା ସଂକ୍ରମଣ ରୋକିବା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଜରୁରୀ ବୈଠକ କରାଯାଇ ଏଣିକି ପୁରୀଜିଲ୍ଲା ବାହାର ଲୋକଙ୍କ ପାଇଁ ବରାଦି ମହାପ୍ରସାଦ ରନ୍ଧନ କରାଯିବ ନାହିଁ ବୋଲି ସଂପାଦକ ସୂଚନା ଦେଇଥିଲେ ।

ଗତ ବାମନ ଜନ୍ମଦିନ ଉତ୍ତର ଦ୍ୱାର ନିକଟରେ ମହାପ୍ରସାଦ ନେବା ପାଇଁ ଭୀଷଣ ଭିଡ ପରିଲକ୍ଷିତ ହୋଇଥିଲା । ସାମାଜିକ ଦୂରତା ଓ ମାସ୍କ ନପିନ୍ଧି ମନ୍ଦିର ପାଖରେ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ୬ମାସ ଧରି ଶ୍ରୀମନ୍ଦିର ବନ୍ଦ ରହିବା ଯୋଗୁଁ ପ୍ରଭୁଙ୍କୁ ନ ଦେଖି ମହାପ୍ରସାଦ ଉପରେ ଅନେକ ଭକ୍ତଙ୍କ ଆଦର ରହିଛି ।

ଏହାକୁ ଦୃଷ୍ଟିରେ ରଖି ବରାଦି ଅବଢା ରନ୍ଧନ କରାଯିବ ନାହିଁ ବୋଲି କୁହାଯାଇଛି । ଶବସଂସ୍କାର ପାଇଁ ସ୍ୱର୍ଗଦ୍ୱାରଠାରେ ମଧ୍ୟ ଜିଲ୍ଲା ବାହାର ଲୋକଙ୍କ ପାଇଁ କଟକଣା ଲାଗୁ ହୋଇଛି । ଅନ୍ୟପକ୍ଷରେ ହୋଟେଲ ଓ ସମୁଦ୍ରକୂଳ ଖୋଲା କରାଯାଇଥିବାରୁ ସକାଳ ଓ ସନ୍ଧ୍ୟାରେ ସେଠାରେ ଭିଡ ଜମୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

12 + fifteen =

error: Content is protected !!
Open chat