ନିବେଶକଙ୍କ ଆକଳନ: ୭୦ ହଜାର ନୁହେଁ ବରଂ ଦିପାବଳୀ ସୁଦ୍ଧା ୬୦ ହଜାର ଛୁଇଁପାରେ ସୁନା ଦର ! ! ବର୍ତ୍ତମାନ ସୁନାରେ ନିବେଶ ପାଇଁ ସର୍ବୋତ୍ତମ ସମୟ

0 440
greentech

ନୂଆଦିଲ୍ଲୀ/ଭୁବନେଶ୍ଵର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୯ : ସୁନା ଦାମ୍ ଏବେ ୧୦ ପ୍ରତିଶତ ତଳକୁ ଖସିଆସିଛି । ତେବେ ଆକଳନ କରାଯାଉଛି କି ଦିପାବଳୀ ସୁଦ୍ଧା ସୁନା ଦାମ୍ ୬୦ ହଜାର ଟଙ୍କା ଟପିପାରେ । ତେଣୁ ଏବେ ଯଦି ଆପଣ ସୁନାରେ ନିବେଶ କରିବାକୁ ଚାହୁଁଛନ୍ତି ଏହା ସବୁଠାରୁ ଉତ୍ତମ ସମୟ । ସାଧାରଣତଃ ଗୋଲ୍ଡରେ ନିବେଶ ଅନେକ ପ୍ରକାର ହୋଇଥାଏ । ଆଜିକାଲି ସରକାର ମଧ୍ୟ ଗୋଲ୍ଡରେ ନିବେଶ ପାଇଁ ସୋଭରେନ୍ ଗୋଲ୍ଡ ବଣ୍ଡ ସ୍କିମ୍ ଆଣନ୍ତି । ତେବେ ସୁନାରେ ନିବେଶ କରିବା ପୂର୍ବରୁ ନିମ୍ନଲିଖିତ କିଛି ଜରୁରୀ କଥା ମନେ ରଖନ୍ତୁ । ମ୍ୟୁଚୁଆଲ୍ ଫଣ୍ଡ ସମ୍ପର୍କରେ ସମସ୍ତେ ଜାଣିଥିବେ ।

ଏବେ ବଜାରରେ ଗୋଲ୍ଦ ମ୍ୟୁଚୁଆଲ ଫଣ୍ଡ ମଧ୍ୟ ଆସିଯାଇଛି । ଏଥିରେ ନିବେଶକଙ୍କ ପଇସା ସୁନାରେ ଲଗାଯାଏ । ଏଥିରେ ମଧ୍ୟ ଫଣ୍ଡ ମ୍ୟାନେଜର ନିବେଶକଙ୍କ ରାଶିକୁ ଧ୍ୟାନରେ ରଖିଥାନ୍ତି । ମାର୍କେଟର ସ୍ଥିତି ଫଣ୍ଡର ରିଟର୍ଣ୍ଣ ଉପରେ ପଡିଥାଏ । ଯଦି ଆପଣ ଗୋଲ୍ଡ କିଣି ୩ ବର୍ଷ କିମ୍ବା କମ୍ ସମୟରେ ବିକି ଦେଉଛନ୍ତି ତେବେ ଏଥିରେ ସର୍ଟ ଟର୍ମ କ୍ୟାପିଟାଲ୍ ଗେନ୍ ଟ୍ୟାକ୍ସ ଲାଗିବ । ଏହା ଆପଣଙ୍କୁ ସମୁଦାୟ ଆୟ ଉପରେ ଲଗାଯିବ । ସେହିଭଳି ୩ ବର୍ଷ ପରେ ଗୋଲ୍ଡ ବିକିବା ପରେ ଲଙ୍ଗ୍ ଟର୍ମ କ୍ୟାପିଟାଲ୍ ଗେନ୍ ଟ୍ୟାକ୍ସ ଲାଗିବ, ଫିଜିକାଲ୍ ଗୋଲ୍ଡରେ ଜିଏସଟି ଲାଗିଥାଏ । ଆପଣ ସୁନାକୁ କେବଳ ଅଳଙ୍କାର ଭାବେ ନଦେଖି ଏହାକୁ ଆର୍ଥିକ ଆସେଟ୍ ଭାବେ ମଧ୍ୟ କିଣିପାରିବେ ।

ଗୋଲ୍ଡ କଏନ୍ କିମ୍ବା ଜ୍ୱଲେରୀ କ୍ରୟରେ ଏହାର ସୁରକ୍ଷା ମଧ୍ୟ କରିବାକୁ ହୋଇଥାଏ । ତେବେ ଡିଜିଟାଲ୍ ଗୋଲ୍ଡ କ୍ରୟ କରିବା ବହୁତ ଉତ୍ତମ ବୋଲି ଆମେ କହିପାରିବା । ସାଧାରଣତଃ ସୁନାରେ ନିବେଶ ପାଇଁ ନିବେଶକଙ୍କ ପାଖରେ ଅନେକ ବିକଳ୍ପ ଥାଏ, ଯେଉଁଥିରେ ପେପର ଗୋଲ୍ଡ, ଗୋଲ୍ଡ ETF, ସୋଭରେନ୍ ଗୋଲ୍ଡ ବଣ୍ଡ୍, ଗୋଲ୍ଡ ମ୍ୟୁଚୁଆଲ୍ ଫଣ୍ଡ ଓ ଡିଜିଟାଲ୍ ଗୋଲ୍ଡକୁ କରୋନା କାଳରେ ସବୁଠାରୁ ଉତ୍ତମ ବିକଳ୍ପ ବୋଲି ସମସ୍ତେ ଜାଣନ୍ତି ଏବଂ ଏହାର କାରଣ ଏହାକୁ ଅତି ସହଜରେ କିଣି ହେବ ଏବଂ ବିକି ମଧ୍ୟ ହେବ । ଖାଲି ଏତିକି ନୁହେଁ, ସୁନାର ଶୁଦ୍ଧତା ନେଇ ମଧ୍ୟ ଏଥିରେ ଚିନ୍ତିତ ହେବା ଆବଶ୍ୟକ ନାହିଁ ।

Leave A Reply

Your email address will not be published.

fifteen − six =

error: Content is protected !!
Open chat