କଟକ ଶିଶୁଭବନରେ ପହଞ୍ଚିଲା କରୋନା : ଆଜି ସୁଦ୍ଧା ଦୁଇ ଶିଶୁ ଆକ୍ରାନ୍ତ

0 421
greentech

କଟକ, (କଳିଙ୍ଗ ଜ୍ୟୋତି), ୦୮/୦୭ : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ କଟକ ଶିଶୁଭବନରେ ପହଞ୍ଚିଛି କରୋନା ଭାଇରସ୍ । ଶିଶୁଭୁବନରେ ଦୁଇ ଜଣ କରୋନା ଆକ୍ରାନ୍ତ ଶିଶୁ ଚିହ୍ନଟ ହୋଇଛନ୍ତି । ଉଲ୍ଳେଖଯୋଗ୍ୟ ଯେ ୩ନମ୍ବର ୱାର୍ଡ଼ରେ ଜଣେ ଶିଶୁ ଚିକିତ୍ସିତ ହେଉଥିଲା । ଏବେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ସେହିପରି ଦ୍ୱିତୀୟ କରୋନା ଆକ୍ରାନ୍ତ ହେଉଛନ୍ତି ଜଗତସିଂହପୁର ଅଞ୍ଚଳର ୬ ବର୍ଷର ଶିଶୁ ପୁତ୍ର। ଗତକାଲି ଶିଶୁ ଭବନର ଆଇସୋଲେସନ୍‌ ଓ୍ୱାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଏପରିକି ତାଙ୍କର ରକ୍ତ ଓ ସ୍ୱାବ୍‌ ଟେଷ୍ଟ ପାଇଁ ପଠାଯାଇଥିଲା। ଆଜି ଆଜିଥିବା ସ୍ୱାବ୍‌ ରିପୋର୍ଟରେ ସେ ପଜିଟିଭ ବାହାରିଛି। ଏନେଇ ସୂଚନା ଦେଇଛନ୍ତି ଶିଶୁ ଭବନ ଅଧୀକ୍ଷକ ପ୍ରଫେସର ସରୋଜ ଶତପଥୀ।

ଏଠାରେ ସୂଚନାଯୋଗ୍ୟ ଯେ, ଗତ କିଛିଦିନ ତଳେ କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଜଣେ ‘କରୋନା’ ରେ ଆକ୍ରାନ୍ତ ହୋଇଥିଲା। ଏହା ପରେ ଅନ୍ୟମାନଙ୍କ ରକ୍ତ ଓ ସ୍ୱାବ ଟେଷ୍ଟ କରାଯାଇଥିଲା। ରିପୋର୍ଟରେ କରୋନା ଆସିବା ପରେ ମେଡିକାଲ୍‌କୁ ସାନିଟାଇଜ୍‌ କରାଯାଇଥିଲା। ଏହାଛଡ଼ା କେତେକ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ ରଖାଯାଇଥିଲା।

Leave A Reply

Your email address will not be published.

10 − 6 =

error: Content is protected !!
Open chat