କରୋନା ପାଇଁ ଅଗଷ୍ଟ ୧୪ ପର୍ଯ୍ୟନ୍ତ ସ୍କୁଲ ଆଡମିଶନ ତାରିଖ ବଢିଲା

0 384
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୬/୦୭ : କରୋନା ପାଇଁ ସ୍କୁଲରେ ଆଡମିଶନ ତାରିଖ ବଢାଇଲେ ସରକାର । ଆଡମିଶନ ତାରିଖ ଅଗଷ୍ଟ ୧୪ ଯାଏଁ ବୃଦ୍ଧି କରିଛି ଗଣଶିକ୍ଷା ବିଭାଗ ।

ପୂର୍ବରୁ ଜୁନ ୮ ‌ଆଡମିଶନ୍‌ ଆରମ୍ଭ ହୋଇ ଜୁଲାଇ 15 ତାରିଖ ଭିତରେ ସାରିବାକୁ ନିର୍ଦ୍ଦେଶ ଥିଲା । ସେହିପରି ଆସନ୍ତା ଜୁଲାଇ 31 ଭିତରେ ମାଟ୍ରିକ୍‌ ପରୀକ୍ଷା ଫଳ ବାହାରିବ ବୋଲି ସୂଚନା ରହିଛି ।

କରୋନା ସଂକ୍ରମଣ ରୋକିବାକୁ ସରକାରଙ୍କ ସମସ୍ତ ଗାଇଡଲାଇନ୍ ପାଳନ ସହ ସାମାଜିକ ଦୂରତା, ମାସ୍କ ବ୍ୟବହାର ଓ ସାନିଟାଇଜ୍ ଆଦି ନିଶ୍ଚିତ କରିବା ଲାଗି ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି

Leave A Reply

Your email address will not be published.

six + 12 =

error: Content is protected !!
Open chat