![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/07/yuu.jpg?resize=542%2C325)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୨/୦୭ : ରାଜ୍ୟରେ ପ୍ଲାଜମାଥେରାପିରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ପଦକ୍ଷେପ ଆରମ୍ଭ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏନେଇ ଆଲୋଚନା କରାଯାଇଛି ।
![](https://kalingajyoti.com/wp-content/uploads/2020/07/htueyuj.jpg)
ଏହି ପ୍ଲାଜମାଥେରାପିରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପଦ୍ଧତି ନିରୁପଣ ପାଇଁ ଏକ ବୈଷୟିକ କମିଟି ଗଠନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି କମିଟି ନୂତନ ଚିକିତ୍ସା ପଦ୍ଧତିର ମାର୍ଗଦର୍ଶିକା ପ୍ରସ୍ତୁତ କରିବା ସହ କେଉଁ ରୋଗୀ ଉପକୃତ ହେବେ ତାହାର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଚାରୋଟି ହସ୍ପିଟାଲରେ ଏହା ଆରମ୍ଭ ହେବ । ଭୁବନେଶ୍ୱରର ସମ୍ ହସ୍ପିଟାଲ, କିମ୍ସ ହସ୍ପିଟାଲ ସମେତ କଟକର ଏସସିବି ଓ ଅଶ୍ୱିନୀ ହସ୍ପିଟାଲରେ ଏହା ଆରମ୍ଭ ହେବ ।
![](https://i0.wp.com/kalingajyoti.com/wp-content/uploads/2020/07/yjruyjk.jpg?resize=544%2C362)
ସୂଚନାଯୋଗ୍ୟ, ଗୁରୁତର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସରକାର ରାଜ୍ୟରେ ରେମେଡିସାଭିୟର ଓ ଫାଭିଫ୍ଲୁ ଔଷଧର ପ୍ରୟୋଗ ପାଇଁ ନିଷ୍ପତ୍ତି ନେଇଛନ୍ତି । ଗୁରୁବାର ରାଜ୍ୟ ଲୋକସେବା ଭାବନରେ ବସିଥିବା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡଙ୍ଗୀଙ୍କ ସହ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
![](https://kalingajyoti.com/wp-content/uploads/2020/07/wywy.jpg)
ଓଡ଼ିଶାରେ କରୋନା ସ୍ଥିତକୁ ଦେଖି ରାଜ୍ୟ ସରକାର ପ୍ଲାଜମା ଥେରାପିକୁ ଆପଣେଇବାକୁ ଯାଉଛନ୍ତି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପ୍ଲାଜମା ଥେରାପିରେ ଚିକିତ୍ସା ପଦ୍ଧତି ନିରୂପଣ ପାଇଁ ଏକ ବୈଷୟିକ କମିଟି ଗଠନ କରାଯିବ। ଏହି କମିଟି ଚିକିତ୍ସା ପଦ୍ଧତି ନିରୂପଣ ଓ ସଫଳ ରୂପାୟନ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରିବ। ରାଜ୍ୟର ଚାରୋଟି ପ୍ରମୁଖ ହସ୍ପିଟାଲରେ ଆରମ୍ଭ କରାଯିବ ଏହି ପ୍ଲାଜମା ଥେରାପି। କଟକ ଏସ୍ସିବି, ଅଶ୍ୱିନୀ, ଭୁବନେଶ୍ୱରରେ ସମ୍ ଓ କିମ୍ସରେ ଏହି ଚିକିତ୍ସା ବ୍ୟବସ୍ଥା କରାଯିବ। ଏଥିସହ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି।
ସୂଚନାଯୋଗ୍ୟ ଓଡ଼ିଶାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 7 ହଜାର 545 ଥିବାବେଳେ ମୃତ୍ୟୁ ସଂଖ୍ୟା 27କୁ ବୃଦ୍ଧି ହୋଇଛି । ଏବେସୁଦ୍ଧା ରାଜ୍ୟରେ 2008ଟି ସକ୍ରିୟ ମାମଲା ରହିଛି ।