ରୁଷରେ ହେଲା ସମ୍ବିଧାନ ସଂଶୋଧନ : ୨୦୩୬ ମସିହା ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିବେ ଭ୍ଲାଡ଼ିମିର ପୁଟିନ୍ ।

0 424
greentech

ମସ୍କୋ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୨/୦୭ : ଭ୍ଲାଡ଼ିମିର ପୁଟିନଙ୍କ ପରବର୍ତୀ କାର୍ଯ୍ୟକାଳ ୨୦୨୪ରେ ଶେଷ ହେଉଛି । ମାତ୍ର ଏହାପରେ ଆହୁରି ୧୨ ବର୍ଷ ମଧ୍ୟ ସେ କ୍ଷମତାରେ ଅର୍ଥାତ୍ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିପାରିବେ । ପୁଟିନଙ୍କ ମୁଖପାତ୍ର ଦିମିତ୍ରି ପେସକୋଭ କହିଛନ୍ତି ଯେ ଦେଶର ଲୋକମାନେ ପୁଟିନଙ୍କୁ ଭରପୁର ସମର୍ଥନ ଦେଇଛନ୍ତି ଓ ପୁଟିନଙ୍କ ଉପରେ ନିଜର ଗଭୀର ଆସ୍ଥା ବ୍ୟକ୍ତ କରିଛନ୍ତି । ଏତେ ପରିମାଣର ଲୋକ ଭୋଟରେ ଭାଗ ନେବେ ଓ ସମର୍ଥନ କରିବେ ତାହା ବିଶ୍ବାସ କରି ହେଉ ନ ଥିଲା । ଭ୍ଲାଡ଼ିମିର ପୁଟିନ୍ ଆସନ୍ତା ୨୦୩୬ ମସିହା ପର୍ଯ୍ୟନ୍ତ ରୁଷ୍ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିବେ ।  ସମ୍ବିଧାନ ସଂଶୋଧନ ନେଇ ଦେଶରେ ହୋଇଥିବା ଭୋଟରେ ପୁଟିନ ଓ ତାଙ୍କର ସମର୍ଥକମାନଙ୍କୁ ବିପୁଳ ସମର୍ଥନ ମିଳିଛି । ଦେଶର ୬୮% ଜନସାଧାରଣ ଏହି ଭୋଟିଂରେ ଭାଗ ନେଇଥିଲେ । ଏହାମଧ୍ୟରୁ ୭୭.୯୨% ଭୋଟ ପୁଟିନଙ୍କ ସମର୍ଥନରେ ପଡ଼ିଥିବାବେଳେ ୨୧.୨୬% ପୁଟିନଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ବିରୋଧ କରିଥିଲେ ।

ଏହି ଅବସରରେ ରୁଷରେ କେତେକ ସଂସ୍କାରପନ୍ଥୀ କାର୍ଯ୍ୟକ୍ରମ ସମ୍ପର୍କରେ ହୋଇଥିବା ସଂଶୋଧନର ଜନମତ ପରୀକ୍ଷା ହୋଇଛି । ସର୍ବନିମ୍ନ ମଜୁରୀ ବୃଦ୍ଧି ଓ ପେନସନ, ସମଲିଙ୍ଗୀ ବିବାହ ଉପରେ ପ୍ରତିବନ୍ଧକ, ରୁଷୀୟ ଭାଷା ଓ ଇତିହାସର ସୁରକ୍ଷା, ଉଚ୍ଚ ଅଧିକାରୀଙ୍କ ଦ୍ଵୈତ ନାଗରିକତା ଉଚ୍ଛେଦ ସଂକ୍ରାନ୍ତ ପୁଟିନ ନେଇଥିବା ପଦକ୍ଷେପକୁ ମଧ୍ୟ ବିପୁଳ ସମର୍ଥନ ମିଳିଛି ।

Leave A Reply

Your email address will not be published.

two × three =

error: Content is protected !!
Open chat