କଳିଙ୍ଗ ଜ୍ୟୋତି ବ୍ୟୁରୋ ବ୍ରହ୍ମପୁର: ୨୭/୦୬: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜାହାଡା ପଞ୍ଚାୟତରେ କରୋନାରେ ୩ଜଣ ନୁହେଁ ବରଂ ଜଣଙ୍କର ମୃତ୍ୟୁ ହୋଇଛି। କରୋନାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଯେଉଁ ଖବର ପ୍ରସାରିତ ହେଉଥିଲା ତାହା ମିଥ୍ୟା ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ।
ପୂର୍ବରୁ ଗଞ୍ଜାମ ଧରାକୋଟ ବ୍ଲକ ଜାହାଡ଼ା ପଞ୍ଚାୟତରେ ୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ସରପଞ୍ଚ ସୂଚନା ଦେଇଥିଲେ। ଏଥିସହ ଜାହାଡ଼ା ପଞ୍ଚାୟତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାରୁ ଏହାକୁ ସଟଡାଉନ୍ ଘୋଷଣା କରାଯାଇଛି। ପଞ୍ଚାୟତକୁ ୬ ଦିନ ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ।