କରୋନା କଟକଣା ମଧ୍ୟରେ ଗଣପର୍ବ “ନୂଆଁଖାଇ” ପାଳିତ: ରାଜଧାନୀରେ ରହୁଥିବା ପଶ୍ଚିମ ଓଡ଼ିଶାବାସୀ ପରମ୍ପରା ଅନୁଯାୟୀ ପାଳିଲେ – ହୋଇ ପାରିଲାନି “ନୂଆଁଖାଇ ଭେଟଘାଟ”

0 405
greentech

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮ : ରାଜଧାନୀରେ ରହୁଥିବା ପଶ୍ଚିମ ଓଡ଼ିଶାର କିଛି ବାସିନ୍ଦା ଯାଇ ପାରିନାହାନ୍ତି ନିଜ ନିଜ ଗାଁ କୁ। ଅନେକ ବି ବ୍ୟସ୍ତ ବହୁଳତା ଭିତରେ ଭୁବନେଶ୍ୱରରେ ରହି ଏଠାରେ ପାଳନ ନୂଆଁଖାଇ କରିଛନ୍ତି । ରାଜଧାନୀରେ ନୂଆଁଖାଇର ନୂଆ ରୂପରେ ଝଲକ ଦେଖିବାକୁ ମିଳିଛି । ନୂଆଁଖାଇ ପରମ୍ପରା ଅନୁଯାୟୀ ଲଗ୍ନ ସମୟରେ ନୂଆ ଖାଇଛନ୍ତି ଭୁବନେଶ୍ୱରରେ ରହିଥିବା ପଶ୍ଚିମ ଓଡିଶା ବାସିନ୍ଦା । କୋଭିଡ଼ କଟକଣା ଓ କୋରନା ଠାରୁ ଦୂରରେ ରହିବା ପାଇଁ ନୂଆଁଖାଇ ଭିନ୍ନ ତରିକାରେ ପାଳନ ହୋଇଛି । ଏହା ଗଣ ପର୍ବ ହୋଇଥିବାରୁ କୋଭିଡ଼ ନିୟମକୁ ମାନି ପରିବାର ଭିତରେ ସୀମିତ ହୋଇଛି ନୂଆଁଖାଇ ପର୍ବ।

ନୂଆ ଖାଇଛନ୍ତି ସତ କିନ୍ତୁ କରୋନା କଟକଣା ଯୋଗୁଁ ଭେଟଘାଟ ହୋଇ ପାରିନଥିଲା । କରୋନା କଟକଣା ପାଇଁ କେବଳ ପରିବାରର ଚାରି ପାଞ୍ଚ ଜଣଙ୍କ ଭିତରେ ପରମ୍ପରା ପାଳନ ହୋଇଛି । ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ଦିନ କୁହାଯାଉଥିବା ଏହି ଦିନରେ ଯିଏ ଯେଉଁଠି ଥିଲେ ବି ଦିନ ସମସ୍ତେ ଏକାଠି ହୋଇଥାନ୍ତି । ଏହି ମିଳାମିଶା ସମୟରେ ନୂଆ ଖାଇବା ସହ ଉତ୍ସବର ଆସର ଜମିଥାଏ କିନ୍ତୁ କରୋନା ମହାମରୀ ଯୋଗୁଁ ଏଥର ସବୁ କିଛି ଫିକା ପଡିଛି ।

ଆଜି ସମସ୍ତେ ନିଜ ପରିବାର ସହିତ ନୂଆଁଖାଇ ପାଳନ କରିଛନ୍ତି । ପ୍ରଥମେ ଠାକୁରଙ୍କ ପାଖରେ ଧୂପ, ଦୀପ, ନୈବେଦ୍ୟ ଦେଇ ପରେ ନବାନ୍ନ ଲାଗି କରିଥିଲେ । ମା ସମେଲେଶ୍ୱରୀ, ଇଷ୍ଟ ଦେବୀ, କାଳିଆ ଠାକୁରଙ୍କ ପାଖରେ ଚାଉଳ ଖିରି ଓ ପିଠା ଭୋଗ ବି ହୋଇଥିଲା। ଏହି ଦିନ ୭ ତିଅଣ ୯ ଭଜା ହୁଏ । ପୂର୍ବ ରାତିରୁ ଘରର ବୋହୁମାନେ ରାତି ସାରା ଅନିଦ୍ରା ରହି ପିଠାପଣା କରନ୍ତି । ଲଗ୍ନ ସମୟରେ ସମସ୍ତେ ମିଶିକି ପ୍ରଥମେ ନୂଆଁ ଖାଆନ୍ତି । ତା ପରେ ଠାକୁରଙ୍କ ଆଶୀର୍ବାଦ ନେବା ସହ ଗୁରୁଜନଙ୍କ ଠାରୁ ଆଶୀର୍ବାଦ ନିଅନ୍ତି । ଏବେ ଖାଲି ବିଧି ପାଳନ ହେଉଛି । ସମସ୍ତେ ପିନ୍ଧିଥିଲେ ନୂଆ ପୋଷାକ, ଘରର ମୁରବୀଙ୍କ ଠାରୁ ମଧ୍ୟ ଆଶିର୍ବାଦ ନେବା ସହ ପରସ୍ପରକୁ ଶୁଭେଚ୍ଛା ବି ଜଣାଇଥିଲେ। ତା ପରେ ଲାଗି ହୋଇଥିବା ଭୋଗକୁ ସମସ୍ତେ ଖାଇଥିଲେ ।

ସମସ୍ତଙ୍କୁ ଗୋଟିର ଡୋରିରେ ବାନ୍ଧି ରଖେ ଏହି ଗଣାପର୍ବ ନୂଆଁଖାଇ । ମାସେ ଆଗରୁ ପ୍ରସ୍ତୁତି ଆରମ୍ଭ ହୁଏ । ଜଙ୍ଗଲରୁ ଶାଳ ପତ୍ର ଆସେ । ନୂଆ ଖାଇବା ଅପେକ୍ଷା ବେଶୀ ଆନନ୍ଦ ଉତ୍ସବକୁ ନେଇ କୀର୍ତ୍ତନ ଚାଲେ, ପାରପମ୍ପରିକ ଖେଳ ହୁଏ । ବହୁ ବିବାଦର ସମାଧାନ ହେଇଯାଏ ଏହି ଗଣପର୍ବରେ । କରୁଣା ହୀନ କରୋନା ସବୁ ଖୁସି ସାରିଦେଇଛି । ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇରେ ସମସ୍ତେ ସାମିଲ ହୋଇଥାନ୍ତି । ଆନନ୍ଦର ସହ ନୂଆଁଖାଇ ଭେଟଘାଟର ଆସର ଜମିଥାଏ । କିନ୍ତୁ କରୋନା ମହାମାରୀ ପାଇଁ ପ୍ରଭାବିତ ହୋଇଛି ଏହି ଗଣପର୍ବ ।

Leave A Reply

Your email address will not be published.

3 × three =

error: Content is protected !!
Open chat