କରୋନା ଟିକା ନେଇପାରିବେ ଗର୍ଭବତୀ ମହିଳା : ସ୍ବାସ୍ଥ୍ୟ ମନ୍ତ୍ରାଳୟ

0 489
greentech

ନୂଆଦିଲ୍ଲୀ ୦୨/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଏଣିକି ଗର୍ଭବତୀ ମହିଳାମାନେ କରୋନା ଟିକା ନେଇପାରିବେ । ଏଥିଲାଗି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଅନୁମତି ଦିଆଯାଇଛି । ଫଳରେ ଏ ନେଇ ଗତ କିଛି ମାସ ହେଲା ଚାଲିଥିବା କଳ୍ପନାଜଳ୍ପନା ଓ ଆଶଙ୍କାର ଅବସାନ ଘଟିଛି ।

ଆଜି ଏ ସମ୍ପର୍କରେ ଘୋଷଣା କରି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଗର୍ଭବତୀ ମହିଳାମାନେ ଭାରତରେ ଅନୁମତି ପ୍ରାପ୍ତ ୪ଟି ଟିକା ମଧ୍ୟରୁ ଯେକୌଣସିଟିକୁ ନେଇପାରିବେ । ସେମାନେ କୋଓ୍ବିନ ପ୍ଲାଟଫର୍ମରେ ପଂଜୀକରଣ କରି ବା ନିକଟକମ ଟିକାଦାନ କେନ୍ଦ୍ରକୁ ଯାଇ ଟିକା ନେଇପାରିବେ ।
ଗତ ଜୁନ ୨୯ ତାରିଖରେ ନିତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ତଥା ସରକାରଙ୍କ କୋଭିଡ ଟିକା ସମ୍ପର୍କିତ ବିଶେଷଜ୍ଞ ଗୋଷ୍ଠୀର ମୁଖ୍ୟ ଡ. ଭି.କେ. ପଲ କହିଥିଲେ ଯେ ଭାରତରେ ଉପଲବ୍ଧ ୪ ପ୍ରକାରର ଟିକା କୋଭାକ୍ସିନ, କୋଭିସିଲଡ, ସ୍ପୁଟନିକ ଓ ମଡର୍ଣ୍ଣା ଗର୍ଭବତୀ ମହିଳାମାନଙ୍କ ପାଇଁ ନିରାପଦ ।

କିଛି ସପ୍ତାହ ପୂର୍ବେ ସରକାର ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ମଧ୍ୟ ଟିକା ନେବାକୁ ଅନୁମତି ଦେଇଥିଲେ । ତେବେ ପୂର୍ବରୁ ଗର୍ଭବତୀ ମହିଳାମାନଙ୍କୁ କରୋନା ଟିକା ନେବାକୁ ମନା କରାଯାଇଥିଲା ।

Leave A Reply

Your email address will not be published.

20 − seventeen =

error: Content is protected !!
Open chat