କରୋନା ଟେଷ୍ଟିଂ ଲାଗି ଭୁବନେଶ୍ୱରରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା: ବିଏମ୍‌ସି କମିସନର

0 264
greentech

ଭୁବନେଶ୍ୱର: ଏକା ରହୁଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକମାନଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଟେଷ୍ଟିଂ ସେଣ୍ଟରକୁ ଯିବାରେ ଅସୁବିଧା ଥିଲେ ବରିଷ୍ଠ ନାଗରିକ ୧୯୨୯କୁ କଲ କରିପାରିବେ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟିମ୍ ଯାଇ ଘରଠୁ ନମୁନା ସଂଗ୍ରହ କରିବେ ।   ବିଏମ୍‌ସି କମିସନର ସଂଜୟ ସିଂହ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି । ଆସନ୍ତା ସୋମବାର ଠାରୁ ଏହି ବ୍ୟବସ୍ଥା ଆରମ୍ଭ ହେବ । ସେହିପରି ସୋମବାର ଠାରୁ ବିଏମ୍‌ସି ଅଂଚଳରେ ଅଧିକ ଟେଷ୍ଟିଂ ସେଣ୍ଟର ଖୋଲାଯିବ । ଟିକାକରଣ କେନ୍ଦ୍ର ବଢ଼ାଇବାକୁ ଯୋଜନା ଚାଲିଛି । ଟିକାକରଣରେ ମଧ୍ୟ ବରିଷ୍ଠ ନାଗରିକଙ୍କ ପାଇଁ ବ୍ୟବସ୍ଥା କରାଯିବ ।

ବିଏମ୍‌ସି କମିସନର କହିଛନ୍ତି ଯେ, କରୋନା ଲଢ଼େଇରେ ପ୍ରଶାସନକୁ ଜନସାଧାରଣ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଉଛି । ଲକଡାଉନ ଓ ସଟଡାଉନକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ । ନିହାତି ଆବଶ୍ୟକ ନଥିଲେ ଘରୁ ବାହାରକୁ ଯିବା ନାହିଁ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା । ବାହାରୁ ଫେରିଲେ ହାତ ଧୋଇବା । କୋଭିଡ ଲକ୍ଷଣ ଦେଖାଗଲେ ବିଏମ୍‌ସି କଲ ସେଣ୍ଟର ସହ ଯୋଗାଯୋଗ କରିପାରିବେ ବିଏମସି ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରେ ଏବେ ୧୮ ବର୍ଷରୁ ଊର୍ଦ୍ଧ୍ୱ ଓ ୪୫ ବର୍ଷରୁ ଊର୍ଦ୍ଧ୍ୱ ନାଗରିକଙ୍କ ପାଇଁ ଟିକାକରଣ ପ୍ରକ୍ରିୟା ଜାରି ରହିଛି । ଭୁବନେଶ୍ୱରରେ ବେଡ ସଂଖ୍ୟା ବଢ଼ାଇବାକୁ ଆମେ ନଜର ରଖିଛୁ । ମେଡିକାଲ ଅକ୍ସଜେନ ସିଲିଣ୍ଡର ବ୍ୟବସ୍ଥା କରାଯାଉଛି ।

Leave A Reply

Your email address will not be published.

4 × 2 =

error: Content is protected !!
Open chat