କରୋନା ପଜିଟିଭ ରେଟ୍‌ ୫% ହ୍ରାସ କରିବାକୁ ଭାରତ ସରକାରଙ୍କ ଲକ୍ଷ୍ୟ

0 319
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୨/୦୭ : ଦେଶରେ ହୁହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ପ୍ରତିଦିନ ପ୍ରାୟ ୪୦ ହଜାର ପଜିଟିଭ ଚିହ୍ନଟ ହେବା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଏସବୁ ଭିତରେ ଭାରତ ସରକାର କରୋନା ପଜିଟିଭ ରେଟ୍‌ ୫% ହ୍ରାସ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସ୍ୱାସ୍ଥ୍ୟ ମନ୍ତ୍ରଣଳାୟ ପକ୍ଷରୁ କୁହାଯାଇଛି ଯେ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ସ୍ଥାନଗୁଡ଼ିକରେ ପ୍ରଥମେ ପଜିଟିଭ ରେଟ୍‌ ୧୦% ଓ ପରେ ଏହାକୁ ୫% କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ବର୍ତ୍ତମାନ ଦେଶର ପଜିଟିଭ ରେଟ୍‌ ୮.୦୭% ରହିଛି।

ସେହିପରି ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପଜିଟିଭ ରେଟ ଜାତୀୟ ହାର ତୁଳନାରେ ବି କମ। ଏମାନଙ୍କ ମଧ୍ୟରେ ରାଜସ୍ଥାନ(୨.୪%), ମଧ୍ୟପ୍ରଦେଶ(୩.୯୦%) ଓ ପଶ୍ଚିମବଙ୍ଗ(୬.୯୪%) ରହିଛନ୍ତି। ତେବେ ମହାରାଷ୍ଟ୍ର, ତାମିଲନାଡୁ ଓ ଦିଲ୍ଲୀ ଭଳି କରୋନା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ରାଜ୍ୟରେ ପଜିଟିଭ ହାର କେତେ ସେ ସମ୍ପର୍କରେ ମନ୍ତ୍ରଣାଳୟ କିଛି ବି କହିନାହିଁ।

ଭାରତରେ ସଂକ୍ରମଣ ସଂଖ୍ୟା ୧୧.୫୫ ଲକ୍ଷ ପାର କରିଥିଲେ ମଧ୍ୟ ମନ୍ତ୍ରଣାଳୟ ଏବେ ବି ଦେଶର ସ୍ଥିତି ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭଲ ଥିବା ଦାବି କରିଛି। ସରକାର କହିଛନ୍ତି ଯେ ପ୍ରତି ୧୦ ଲକ୍ଷରେ ଭାରତରେ ସଂକ୍ରମଣ ସଂଖ୍ୟା ୮୭୩ ରହିଛି। ଭାରତ ତୁଳନାରେ ବଡ଼ବଡ଼ ରାଷ୍ଟ୍ରଗୁଡ଼ିକ ଏହି ସଂଖ୍ୟାରୁ ପ୍ରାୟ ୧୨ରୁ ୧୩ଗୁଣା ଅଧିକ। କରୋନା ମୃତ୍ୟୁସଂଖ୍ୟାରେ ବି ଭାରତ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭଲ ସ୍ଥିତିରେ ରହିଛି।

ଭାରତରେ ପ୍ରତି ୧୦ ଲକ୍ଷରେ ମୃତ୍ୟୁହାର ୨୦.୮% ରହିଛି। ହେଲେ ବିଶ୍ୱରେ ଏହା ୭୭ ରହିଛି। ବ୍ରିଟେନରେ ୬୬୭, ଆମେରିକାରେ ୪୨୧, ବ୍ରାଜିଲରେ ୩୭୧ ଓ ମେକ୍ସିକୋରେ ୩୦୨ ରହିଛି। ଭାରତ ତୁଳନାରେ ଆମେରିକାରେ ୨୧ ଗୁଣା ଓ ବ୍ରିଟରେ ୩୩ ଗୁଣା ଅଧିକ ମୃତ୍ୟୁସଂଖ୍ୟା ରହିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗାଇଡଲାଇନ ଅନୁଯାୟୀ, ପ୍ରତି ୧୦ ଲକ୍ଷରେ ଅତିକମରେ ୧୪୦ ଜଣଙ୍କ ଟେଷ୍ଟ କରିବା ଦରକାର। ହେଲେ ଭାରତରେ ଏହା ୧୮୦ ରହିଛି।

Leave A Reply

Your email address will not be published.

8 + ten =

error: Content is protected !!
Open chat