କରୋନା ବ୍ରେକିଙ୍ଗ : ଆଜି ଭୁବନେଶ୍ୱରରୁ ଆଉ ୨୫ ଆକ୍ରାନ୍ତ ଚିହ୍ନଟ, ୨୩ଟି ଲୋକାଲ୍ କେସ୍

0 215
greentech

ଭୁବନେଶ୍ୱର (କଳିଙ୍ଗ ଜ୍ୟୋତି) ୨୯/୦୬ : ସୋମବାର ଭୁବନେଶ୍ୱରରୁ ୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ୨ଟି ହୋମ୍ କ୍ୱାରେଣ୍ଟିନ୍‌, ୨୩ଟି ଲୋକାଲ୍ କଣ୍ଟାକ୍ଟସ୍‌ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ୨୩ଟି ସ୍ଥାନୀୟ ମାମଲା ମଧ୍ୟରେ ମଞ୍ଚେଶ୍ୱର ପ୍ରତିଦିନ ଅଫିସ ଅଞ୍ଚଳରୁ ୫ଜଣ ପୁରୁଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ବୟସ ଯଥାକ୍ରମେ ୨୨ବର୍ଷ, ୨୬ବର୍ଷ, ୨୮ବର୍ଷ, ୪୫ବର୍ଷ ଓ ୨୩ବର୍ଷ ରହିଛି। ଏହି ୫ଜଣ ନିକଟରେ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଏଥିସହ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ମଞ୍ଚେଶ୍ୱର ହାଇସ୍କୁଲ ନିକଟସ୍ଥ ଚକେଇସିଆଣି ଅଞ୍ଚଳରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚକେଇସିଆଣି ହାଡବାଇ ବସ୍ତି ଅଞ୍ଚଳରୁ ମଧ୍ୟ ଦୁଇଟି କରୋନା ମାମଲା ସାମ୍ନାକୁ ଆସିଛି। ସେହିପରି ସାମନ୍ତରାପୁର ନୂଆଗାଁ ପେଟ୍ରୋଲ ପମ୍ପ ଅଞ୍ଚଳରୁ ଦୁଇଜଣ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ କ୍ୱାରେଣ୍ଟିନ୍‌ ସେଣ୍ଟରର ସେବା
ଆଜି ପାର୍ସପୋର୍ଟ ଅଫିସ୍‌ ବାଲିତୋଟାସାହି ବସ୍ତି ଅଞ୍ଚଳରୁ ୪ଜଣ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଶିରିପୁର ଲକ୍ଷ୍ମୀବଜାର ବସ୍ତି ଅଞ୍ଚଳରୁ ଜଣେ ଚିହ୍ନଟ ହୋଇଥିବା ବେଳେ ଘରୋଇ ହସ୍‌ପିଟାଲ୍‌ର ଦୁଇଜଣ ମହିଳା କର୍ମଚାରୀଙ୍କ ଶରୀରରେ ବି କରୋନା ଭୂତାଣୁ ଚିହ୍ନଟ ହୋଇଛି। ଏଥିସହିତ ଅଶୋକ ନଗର ଜନପଥ ଟାଓ୍ଵାର ଅଞ୍ଚଳରୁ ଜଣେ, ନୀଳାଦ୍ରିବିହାର ବୁଦ୍ଧ ପାର୍କ ଅଞ୍ଚଳରୁ ଜଣେ, ସରକାରୀ ହସ୍‌ପିଟାଲ୍‌ର ଜଣେ କର୍ମଚାରୀ, ଏମ୍‌-୩ ମାର୍କେଟ ନୟାପଲ୍ଲୀ ଅଞ୍ଚଳରୁ ଜଣେ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ମହିଳା ଆକ୍ରାନ୍ତ ଜଣକ ଏକ ଘରୋଇ ହସ୍‌ପିଟାଲ୍‌ର କର୍ମଚାରୀ ରହିଛନ୍ତି। ତେବେ ଆଜି ଭୁବନେଶ୍ୱରରେ ଆଉ ୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ହୋମ୍‌ କ୍ୱାରେଣ୍ଟିନ୍‌ କେସ୍‌ ମଧ୍ୟରେ ଘରୋଇ ହସ୍ପିଟାଲ୍‌ର ଜଣେ କର୍ମଚାରୀ ଓ ଜଣେ ରେଲ୍‌ୱେ କର୍ମଚାରୀ ଅଛନ୍ତି।

ହୋମ କ୍ୱାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ମହିଳା କରୋନା ଆକ୍ରାନ୍ତ ରହିଛନ୍ତି। ଏହି ଆକ୍ରାନ୍ତ ଜଣକ କିଛିଦିନ ତଳେ କୋଲକାତାରୁ ଫେରିଥିଲେ। ସେ ଏକ ଘରୋଇ ହସ୍‌ପିଟାଲ୍‌ର କର୍ମଚାରୀ ବୋଲି ଜଣାପଡ଼ିଛି। ସେହିପରି ଅନ୍ୟ ଜଣେ ଆକ୍ରାନ୍ତ ରେଳବାଇ କର୍ମଚାରୀ। ସେ କିଛିଦିନ ତଳେ ଦିଲ୍ଲୀରୁ ଫେରିଥିଲେ।ଏହାରି ଭିତରେ ଆଶ୍ୱସ୍ତିର ଖବର ସାମ୍ନାକୁ ଆସିଛି। ରାଜଧାନୀର ଘରୋଇ ହସ୍‌ପିଟାଲ୍‌ରେ କାମ କରୁଥିବା ୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଜଣେ ପୁରୁଷ ରେଳକର୍ମଚାରୀ ବି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ନୂଆ ଆକ୍ରାନ୍ତଙ୍କ ମିଶାଇ ଭୁବନେଶ୍ୱରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୭୪ଜଣ ସୁସ୍ଥ ହୋଇଥିବାବେଳେ ୧୩୫ଜଣ ଚିକିତ୍ସାଧୀନ ଅଛନ୍ତି। ୪ ଜଣଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ବର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି।

Leave A Reply

Your email address will not be published.

seventeen + sixteen =

error: Content is protected !!
Open chat