କରୋନା ଯୋଦ୍ଧାଙ୍କ ପିଲାମାନଙ୍କୁ ସ୍କୁଲ ଫି ଛାଡ୍‌ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତାପ ଷଡଙ୍ଗୀଙ୍କ ଚିଠି

0 543
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୮/୦୮: ମହାମାରୀ କରୋନା କାରଣରୁ ଲୋକ ମାନଙ୍କର ଜୀବନ ଜୀବିକା ପ୍ରଭାବିତ ହୋଇଥିବାରୁ ଶକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଫିସରେ ରିହାତି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀା ଶ୍ରୀ ଷଡଙ୍ଗୀ ମୁଖ୍ୟମନ୍ତ୍ରୀଙ୍କ ୁ ପତ୍ର ଲେଖି କହିଛନ୍ତି ଯେ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଫିସରେ ରିହାତି ପ୍ରଦାନ କଲେ ଆର୍ଥିକ ଦୃଷ୍ଟିରୁ ପଛୁଆ ଛାତ୍ର ଛାତ୍ରୀ ମାନେ ଲାଭବାନ ହୋଇ ପାରିବେ ।

କରୋନା ଯୋଦ୍ଧା ମାନଙ୍କର ଆଶ୍ରିତ ଛାତ୍ର ଛାତ୍ରୀ ମାନଙ୍କର ଫିସକୁ ପୂରା ଛାଡ କରିବା ସହ ଅନ୍ୟ ମାନଙ୍କ ପାଇଁ ୫୦ ପ୍ରତିଶତ ସ୍କୂଲ ଫିସ ଛାଡ କରିବାକୁ ସେ ଏହି ପତ୍ରରେ ଅନୁରୋଧ କରିଛନ୍ତି । ସେହିପରି ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଯେବେ ଠାରୁ ଛାତ୍ରାବାସ ବନ୍ଦ ରହିଛି ସେହି ଅବଧିରେ ଛାତ୍ରାବାସ ଫିସ ଛାଡ କରିବାକୁ ସେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

17 − seventeen =

error: Content is protected !!
Open chat