କରୋନା ରେସରେ ଆଗେଇ ଚାଲିଛି ଭୁବନେଶ୍ୱର : ଆଜି ଗୋଟିଏ ଦିନରେ ରାଜଧାନୀରୁ ୯୦ ପଜିଟିଭ ଚିହ୍ନଟ,୨୭ ଲୋକାଲ୍‌ କେସ୍ – ମୋଟ ସଂଖ୍ୟା ହଜାରେ ମୁହାଁ !!

0 399
greentech

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି),୧୫/୦୭ : ରାଜ୍ୟରେ ଆଜି ୬୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୦ଜଣ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ଚିହ୍ନଟ ହୋଇଥିବା ୯୦ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୬୩ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୭ଜଣ ଚିହ୍ନଟ ହୋଇଛନ୍ତି । ଏଥିସହିତ ୨୪ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୫୯କୁ ବୃଦ୍ଧି ପାଇଛି। ସେଥିରୁ ୪୬୨ ଆକ୍ଟିଭ କେସ୍‌ ରହିଥିବା ବେଳେ ୩୮୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିଭଳି ୧୧ଜଣଙ୍କ ମୃତ୍ୟୁ ଘଟିଥିବା ବିଏମ୍‌ସି ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୨୭ଜଣଙ୍କ ମଧ୍ୟରୁ ଜଣେ ବିଜେବି ନଗରରୁ ୨୭ବର୍ଷୀୟ ଯୁବକ, ଜଣେ ଜାଗମରାରୁ ୨୬ବର୍ଷୀୟ ଯୁବକ, ଘଟିକିଆରୁ ଜଣେ ୫୦ବର୍ଷୀୟ ପୁରୁଷ, ଲକ୍ଷ୍ମୀସାଗରରୁ ଜଣେ ୬୨ବର୍ଷୀୟ ବୃଦ୍ଧା, ପୋଖରୀପୁଟରୁ ୬୧ ଓ ୮୪ବର୍ଷୀୟ ଦୁଇ ପୁରୁଷ, ଓଲ୍ଡ ଟାଉନରୁ ଜଣେ ୪୮ବର୍ଷୀୟ ପୁରୁଷ, ଖଣ୍ଡଗିରିରୁ ଜଣେ ୨୩ବର୍ଷୀୟ ଯୁବକ, ଭରତପୁରରୁ ଜଣେ ୫୨ ଓ ୩୦ ବର୍ଷୀୟ ପୁରୁଷ, ରସୁଲଗଡ଼ରୁ ଜଣେ ୩୬ବର୍ଷୀୟ ପୁରୁଷ, ଚନ୍ଦ୍ରଶେଖପୁରରୁ ୩୧ ଓ ୫୭ ବର୍ଷୀୟ ପୁରୁଷ,ବିଶେଶ୍ୱର ବସ୍ତିରୁ ଜଣେ ୪୦ବର୍ଷୀୟ ପୁରୁଷ, ନୟାପଲ୍ଳୀରୁ ଜଣେ ୩୦ବର୍ଷୀୟ ଯୁବକ, ୟୁନିଟ ୪ରୁ ୨୭ବର୍ଷୀୟ ଯୁବକ, ରସୁଲଗଡ଼ରୁ ୧୬ ବର୍ଷୀୟ ଯୁବକ ଓ ୫୦ବର୍ଷୀୟ ବୃଦ୍ଧ, ଖଣ୍ଡଗିରିରୁ ଜଣେ ୬୫ବର୍ଷୀୟ ବୃଦ୍ଧ ଓ ୭ବର୍ଷୀୟ କନ୍ୟା ଶିଶୁ, ମହାବୀର ବସ୍ତିରୁ ଜଣେ ୨୩ବର୍ଷୀୟ ଯୁବକ, କୋଳଥିଆରୁ ୩୦ବର୍ଷୀୟ ମହିଳା, ପାତ୍ରପଡ଼ାରୁ ଜଣେ ୩୮ବର୍ଷୀୟ ପୁରୁଷ, ଖଣ୍ଡଗିରିରୁ ଜଣେ ୩୯ବର୍ଷୀୟ ପୁରୁଷ, ବରମୁଣ୍ଡାରୁ ୨୪ବର୍ଷୀୟ ଓ ୩୫ବର୍ଷୀୟ ମହିଳା, ଘରୋଇ ହସ୍ପିଟାଲରୁ ଜଣେ ୩୦ବର୍ଷୀୟ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜଧାନୀ ଭୁବନେଶ୍ୱରରୁ ୮୫୯ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୮୫ଜଣ ସୁସ୍ଥ ହୋଇଛନ୍ତି ଓ ୧୧ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ୪୬୨ଜଣ ଚିକିତ୍ସାଧୀନ ଅଛନ୍ତି ।

Leave A Reply

Your email address will not be published.

seventeen + one =

error: Content is protected !!
Open chat