କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରର ସୌନ୍ଦର୍ଯ୍ୟ କରଣ : ବିଭିନ୍ନ ସରକାରୀ କାନ୍ଥ-ବାଡ଼ରେ ଏବେ ଐତିହ ଓ ପରମ୍ପରାର ଚିତ୍ର

0 465
greentech

ଧର୍ମଗଡ଼, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୮/୦୭ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡରେ ନୂତନ ଭାବେ ଯୋଗ ଦେଇଥିବା ଉପଜିଲ୍ଲାପାଳ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଟି.ଏସ୍.ଦିବାକର, ଆଇ.ଏ.ଏସ୍ ଙ୍କ ପକ୍ଷରୁ ଧର୍ମଗଡ଼ ସହରର ସଫେଇ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ପ୍ରୟାସ ଦ୍ୱାରା ସବୁଜ-ସୁନ୍ଦର-ସ୍ୱଚ୍ଛ ଧର୍ମଗଡ଼ ସହରର ବାର୍ତା ଦେବାକୁ ପ୍ରୟାସ ଆରମ୍ଭ ହୋଇଛି।

ପ୍ରଶାସନ ପକ୍ଷରୁ ଉପଖଣ୍ଡ ସହରର ସଫେଇ କାର୍ଯ୍ୟକ୍ରମ ଓ ସୌନ୍ଦର୍ଯ୍ୟ କରଣକୁ ପ୍ରାଥମିକତା ଦିଆଯାଇ ଥିବା ବେଳେ ଏଇ ନେଇ ଧର୍ମଗଡ ର ବିଭିନ୍ନ ସରକାରୀ କାନ୍ଥରେ ବାଡ଼ ରେ ଦେଖିବାକୁ ମିଳିଛି ବିଭିନ୍ନ କଳା-ସଂସ୍କୃତିର ଚିତ୍ର । ସହରରେ ଏଭଳି ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମକୁ ଦେଖି ଜନସାଧାରଣ ବେଶ ଖୁସି ଅନୁଭବ କରୁଛନ୍ତି । ସେହିପରି କରୋନା ମହାମାରୀ ଯୋଗୁ ନିିିିଜର ଜୀବିକା ତଥା ରୋଜଗାର ହରାଇଥିବା ଏଠାକାର କୁଶଳୀ ଚିତ୍ରଶିଳ୍ପୀ ମାନେ ମଧ୍ଯ ରୋଜଗାର ପାଇବା ସହ କଳାହାଣ୍ଡିର ଐତିହ ଓ ପରମ୍ପରା ସହ ବିଭିନ୍ନ ଜନସଚେତନତା ବାର୍ତ୍ତା ସହରର ବିଭିନ୍ନ କାନ୍ଥ-ବାଡ଼ରେ ଆଙ୍କି ବେଶ ସନ୍ତୋଷ ଲାଭ କରିଛନ୍ତି ।

Leave A Reply

Your email address will not be published.

two + nine =

error: Content is protected !!
Open chat