କଳିଙ୍ଗ ଜ୍ୟୋତି ବ୍ୟୁରୋ କାନପୁର ୦୯/୦୭ : କାନପୁର ସୁଟ୍ଆଉଟ୍ର ମାଷ୍ଟରମାଇଣ୍ଡ ବିକେଶ ଦୁବେ ଗିରଫ । ମଧ୍ୟପ୍ରଦେଶର ଉଜ୍ଜେନରୁ ଗିରଫ କଲା ପୋଲିସ । ଜୁଲାଇ ୨ତାରିଖରେ କାନପୁରରେ ଘଟିଥିବା ସୁଟ୍ଆଉଟ୍ ଘଟଣାର ମାଷ୍ଟରମାଇଣ୍ଡ ଥିଲା ବିକାଶ ଦୁବେ । ଦୀର୍ଘ ଦିନ ହେଲା ପୋଲିସ ବିକାଶ ଦୁବେକୁ ଖୋଜୁଥିଲା । ଶେଷରେ ଆଜି ପୋଲିସ ବିକାଶକୁ ମଧ୍ୟପ୍ରଦେଶରୁ ଗିରଫ କରିଛି ।
ସୂଚନାଯୋଗ୍ୟ ଯେ, ଜୁଲାଇ ୨ତାରିଖ ଦିନ ବିକାଶ ଦୁବେକୁ ଧରିବା ପୋଲିସ ଅପରେସନ ଆରମ୍ଭ କରିଥିଲା । ବିକାଶ ଦୁବେ ଲୁଚି ରହିଥିବା ସ୍ଥାନରେ ଚଢାଉ ମଧ୍ୟ କରିଥିଲା । କିନ୍ତୁ ବିକାଶ ଦୁବେ ସେଠାରେ ନିଜ ସାଥୀମାନଙ୍କ ସହିତ ପୂର୍ବରୁ ପ୍ରସ୍ତୁତ ହୋଇରହିଥିଲା ।
ବିକାଶ ଦୁବେକୁ ଧରିବା ପାଇଁ ଯାଇଥିବା ପୋଲିସ କର୍ମୀମାନଙ୍କୁ ଗୁଳିଚାଳନା ଆରମ୍ଭ କରିଦେଇଥିଲା । ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଏନ୍କାଉଣ୍ଟର ଜାରି ରହିଥିଲା । ବିକାଶ ଓ ତାର ସାଥୀମାନେ ଅପରେସନରେ ଯାଇଥିବା ସମସ୍ତ ପୋଲିସ କର୍ମଚାରୀଙ୍କୁ ଗୁଳିମାଡ କରିଥିଲା । ଏଥିରେ ୮ଜଣ ପୋଲିସ କର୍ମୀ ସହିଦ ହୋଇଥିଲା । ସହିଦ ହୋଇଥିବା ପୋଲିସ କର୍ମୀମାନଙ୍କ ଠାରୁ ବିକାଶ ଦୁବେ ଓ ତାର ସାଥୀମାନେ ଅସ୍ତ୍ରଶସ୍ତ୍ର ଲୁଟ୍ କରିନେଇଥିଲେ ।