ସଚିନ ତେନ୍ଦୁଲକର ଉଦ୍‌ଘାଟନ କଲେ ପ୍ଲାଜ୍‌ମା ଥେରାପି ୟୁନିଟ୍‌

0 407
greentech

ମୁମ୍ବାଇ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୭ : କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ମୁମ୍ବାଇର ସୁନ୍ଦରବନ, ଅନ୍ଧେରିସ୍ଥିତ ସେଭେନ ହିଲ ହସ୍ପିଟାଲଠାରେ ଏକ ପ୍ଲାଜ୍‌ମା ଥେରାପୀ ୟୁନିଟ୍‌ ଉଦ୍‌ଘାଟନ କରିଛନ୍ତି। ଏହି ୟୁନିଟ୍‌ରେ କୋଭିଡ୍‌-୧୯ ସଂକ୍ରମିତଙ୍କ ଚିକିତ୍ସା ହେବ। ଯେଉଁମାନେ କୋଭିଡ୍‌-୧୯ରୁ ଆରୋଗ୍ୟ ଲାଭ କରିଛନ୍ତି ସେମାନ ଆଗକୁ ଆସନ୍ତୁ ଓ ବ୍ଲଡ୍‌ ପ୍ଲାଜ୍‌ମା ଦିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି। ଏହା ଦ୍ୱାରା ଆକ୍ରାନ୍ତ ଚିକିତ୍ସା ଆହୁରି ସହଜ ହୋଇପାରିବ ବୋଲି ସେ କହିଛନ୍ତି। ବ୍ରିହାନ ମୁମ୍ବାଇ ମ୍ୟୁନିପାଲ କର୍ପୋରେଶନ ଏହି ପ୍ଲାଜ୍‌ମା ଥେରାପି ୟୁନିଟ୍‌ ଆରମ୍ଭ କରିଛନ୍ତି। କରୋନା ସଂକ୍ରମିତଙ୍କୁ ଏହାଦ୍ୱାରା କନ୍‌ଭାଲସେଣ୍ଟ ପ୍ଲାଜ୍‌ମା ଥେରାପି ପ୍ରଦାନ କରିହେବ।

କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ରକ୍ତକୁ ବ୍ୟବହାର କରି ସଂକ୍ରମିତଙ୍କ ଚିକିତ୍ସା ପ୍ରକ୍ରିୟାକୁ ପ୍ଲାଜ୍‌ମା ଥେରାପି କୁହାଯାଇଥାଏ। ଆମେ କୋଭିଡ୍‌-୧୯ ମହମାରୀ ଭଳି ଏକ ବୃହତ୍‌ ସ୍ବାସ୍ଥ ବିପତ୍ତିର ସମ୍ମୁଖୀନ ହୋଇଛୁ। ଆମ ଡାକ୍ତର, ନର୍ସ, ମ୍ୟୁନିସ୍‌ପାଲ ଓ ସରକାର ଏହି ବିପତ୍ତିକୁ ସାମ୍ନା କରିବାରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ସଚିନ କହିଛନ୍ତି। ପ୍ଲାଜ୍‌ମା ଥେରାପି ମାଧ୍ୟମରେ ସଂକ୍ରମିତଙ୍କ ଚିକିତ୍ସା ସମ୍ଭବ। ଏଥିପାଇଁ ବିଏମ୍‌ସିକୁ ଧନ୍ୟବାଦ୍‌ ଜଣାଉଛନ୍ତି ବୋଲି ସେ କହିଛନ୍ତି।

ଉଲ୍ଲେଖଥାଉ କି, କରୋନାରୁ ଆରୋଗ୍ୟ ଲାଭ କରି ପ୍ଲାଜ୍‌ମା ପ୍ରଦାନ କରୁଥିବା ବ୍ୟକ୍ତିଙ୍କଠାରୁ ଉଚ୍ଚକୋଟୀର ଆଣ୍ଟିବଡି ଥାଏ ଓ ଏହା କରୋନାରୁ ଆରୋଗ୍ୟ ଲାଭ କରିବାରେ ସହାୟ ହୋଇଥାଏ। ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୨ ଲକ୍ଷ କୋଭିଡ୍‌-୧୯ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

Leave A Reply

Your email address will not be published.

11 + fourteen =

error: Content is protected !!
Open chat