ଓଜେଇଇ ପଞ୍ଜୀକରଣ ତାରିଖ ଜୁଲାଇ ୨୫ ପର୍ଯ୍ୟନ୍ତ ବୃଦ୍ଧି

0 395
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୯/୦୭ : ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନ୍‌ଲାଇନ୍‌ ପଞ୍ଜୀକରଣ ଅବଧି ଜୂଲାଇ ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ ବୁଧବାର ଓଜେଇଇ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଶେଷ ମୁହୂର୍ତ୍ତରେ ଆବେଦନ କରୁଥିବା ଛାତ୍ରଛାତ୍ରୀମାନେ ୩୧ ତାରିଖ ସୁଦ୍ଧା ସେମାନେ ଫି ଦାଖଲ କରିବା ପାଇଁ ଉଲ୍ଳେଖ କରାଯାଇଛି।
ସେହିପରି ଜେଇଇ ମେନ୍‌ ଓ ନିଟ ପ୍ରବେଶିକା ପରୀକ୍ଷା ଜୁଲାଇ ଶେଷ ସପ୍ତାହରେ କରିବା ପାଇଁ କାର୍ଯ୍ୟସୂଚୀ ବି ପ୍ରସ୍ତୁତ କରିଥିଲା। ଜେଇଇ ମେନ୍‌ ଏବଂ ନିଟ୍‌ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇ ଥିବାରୁ ଜୁଲାଇରେ ହେବାକୁ ଥିବା ପରୀକ୍ଷାକୁୁ ସ୍ଥଗିତ ରଖାଯାଇଛି। ଜେଇଇ ମେନ୍‌ ଏବଂ ନିଟ୍‌ ପରୀକ୍ଷା ସରିବା ପରେ ସେ‌େ‌ପ୍ଟମ୍ବର ମାସ ଶେଷ ସୁଦ୍ଧା ଜେଇଇ ପରୀକ୍ଷା ଅନୁ‌ଷ୍ଠିତ ହୋଇପାରେ ବୋଲି ଓଜେଇଇ ଅଧ୍ୟକ୍ଷ ଏସ୍.କେ ଚାନ୍ଦ କହିଛନ୍ତି।

ଓଜେଇଇ ପରୀକ୍ଷା ସ୍ଥଗିତ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ହିତକୁ ଦୃ‌‌ଷ୍ଟିରେ ରଖି ଓଜେଇଇ କର୍ତ୍ତୃପକ୍ଷ ପଞ୍ଜୀକରଣ କରିବା ନେଇ ସୁଯୋଗ ଦେଇଛନ୍ତି। ଯେଉଁ ଛାତ୍ରଛାତ୍ରୀ ପଞ୍ଜୀକରଣ କରିପାରି ନାହାନ୍ତି ସେମାନେ ଏହି ବର୍ଦ୍ଧିତ ସମୟରେ ପଞ୍ଜୀକରଣ କରିପାରିବେ। ସୂଚନା ଯୋଗ୍ୟ ବି.ଫାର୍ମା, ଏମବିଏ, ଏମସିଏ, ଏମ.ଟେକ, ଏମ୍ ଆର୍ଟ, ଏମଫାର୍ମା, ଇଣ୍ଟିଗ୍ରେଟେଡ ଏମବିଏ, ବି.ଟେକ ସ୍ବତନ୍ତ୍ର ଓଜେଇଇ ପାଠ୍ୟକ୍ରମ ପାଇଁ ଅନୁ‌ଷ୍ଠିତ ​‌େ​‌ହବାକୁ ଥିବା ପ୍ରବେଶିକା ପରୀକ୍ଷା ନିମନ୍ତେ ପଞ୍ଜୀକରଣ କରିପାରିବେ।

Leave A Reply

Your email address will not be published.

9 + seventeen =

error: Content is protected !!
Open chat