କୃଷି ଆଇନ ପ୍ରତ୍ୟାହାର ନହେଲେ ୧୪ରେ ଆମରଣ ଅନଶନ କରିବେ କୃଷକ ନେତା

0 428
greentech

ନୂଆଦିଲ୍ଲୀ :  କୃଷକ ୟୁନିୟନଗୁଡ଼ିକ ସରକାରଙ୍କ ବିରୋଧରେ ନିଜର ଆଭିମୁଖ୍ୟକୁ ଆହୁରି କଠୋର କରିଦେଇଛନ୍ତି । ନୂଆ କୃଷି ଆଇନ ପ୍ରତ୍ୟାହାର ନହେଲେ ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଦେଶବ୍ୟାପି ଧର୍ମଘଟବେଳେ କୃଷକନେତାମାନେ ଆମରଣ ଅନଶନ କରିବେ ବୋଲି ୟୁନିୟନର ନେତାମାନେ ଚେତାବନୀ ଶୁଣାଇଛନ୍ତି ।

ଅନ୍ୟପକ୍ଷରେ କୃଷକ ଆନ୍ଦୋଳନ ପ୍ରସଙ୍ଗରେ ଆଜି ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟିଛନ୍ତି ।

କୃଷିମନ୍ତ୍ରୀଙ୍କୁ ଭେଟିବାପରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି ଯେ କୃଷକମାନଙ୍କ ପ୍ରତିନିଧି ଭାବେ କୃଷକଙ୍କ ଅଧିକାରର ରକ୍ଷା କରିବା ତାଙ୍କର ପ୍ରମୁଖ ଦାୟିତ୍ବ । କୃଷକଙ୍କ ସ୍ବାର୍ଥରକ୍ଷା ପ୍ରସଙ୍ଗରେ ସେ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ସମସ୍ୟାର ସମାଧାନ ନେଇ କେନ୍ଦ୍ର ସରକାର ସକାରାତ୍ମକ ଆଭିମୁଖ୍ୟ ପୋଷଣ କରୁଛନ୍ତି । ଏହାକୁ ଦେଖିଲେ ଜଣାପଡ଼ିଛି ଯେ ଆସନ୍ତା ୨୪ରୁ ୨୮ ଘଣ୍ଟା ମଧ୍ୟରେ ସରକାର ଓ କୃଷକମାନଙ୍କ ମଧ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟ ଆଲୋଚନା ହେବ ଓ ଏଥିରୁ ଏକ ସମାଧାନର ରାସ୍ତା ବାହାରିବ ।

ଗତକାଲି କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଭାରତୀୟ କିଷାନ ୟୁନିୟନ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ସରକାରଙ୍କ ଦ୍ୱାରା ପ୍ରଣୀତ ତିନୋଟି କୃଷି ଆଇନକୁ ବେଆଇନ ଦର୍ଶାଇ ସେଗୁଡ଼ିକୁ ରଦ୍ଦ କରିବାକୁ ୟୁନିୟନ ନିଜ ଆବେଦନରେ ଦର୍ଶାଇଛି ।

Leave A Reply

Your email address will not be published.

5 × three =

error: Content is protected !!
Open chat