କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀର ଜନସାଧାରଣ, ଛତଶା ନିଯୋଗ, ସେବାୟତ ତଥା ଶ୍ରୀମନ୍ଦିର ପ୍ରଶାସନକୁ ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନକରିଥିବାରୁ ଧନ୍ଯବାଦ ଜଣାଇଲେ ।
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/06/dp-1024x768.jpg?resize=1024%2C768)
ନୂଆଦିଲ୍ଲୀ/ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି) : ପୁରୀରେ ମହାପ୍ରଭୁଙ୍କର ଘୋଷଯାତ୍ରା ଶାନ୍ତିଶଙ୍ଖୃଳାର ସହ ସମାପ୍ତ
ହୋଇଥିବାରୁ ପୁରୀର ଜନସାଧାରଣ, ଛତିଶାନିଯୋଗ, ସେବାୟତ ତଥା ଶ୍ରୀମନ୍ଦିର ପ୍ରଶାସନକୁ ଧନ୍ୟବାଦ
ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ। କରୋନା ମହାମାରୀର କଟକଣା ମଧ୍ଯରେ ଆଜି ପୁରୀଧାମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଟଣା ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶାନ୍ତିଶଙ୍ଖୃଳାର ସହତି ପହଞ୍ଚିଛିି। ଭକ୍ତଶୂନ୍ୟ ରଥଯାତ୍ରା ହୋଇଥିଲେ ମଧ୍ଯ କୋଟି କୋଟି ଭକ୍ତ ଟିଭି ଓ ଇଣ୍ଟରନେଟ ମାଧ୍ୟମରେ ମହାପ୍ରଭୁଙ୍କର ଦର୍ଶନ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।