ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ସନ୍ଦେହ ଘେରରେ ପ୍ରେମିକା, ହୋଇପାରନ୍ତି ଗିରଫ !

0 430
greentech

ବଲିଉଡ଼ର ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବର ବଲିଉଡ଼ ଜଗତରେ ଓ ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଆଜି ତାଙ୍କ ମୃତ୍ୟୁକୁ ୧୦ଦିନ ପୁରିଯାଇଥିଲେ ମଧ୍ୟ ପୋଲିସ ତଦନ୍ତ ଜାରି ରଖିଛି । ଏହା ସତରେ ଆତ୍ମହତ୍ୟା ନା ମର୍ଡ଼ର । ଏହା ଜାଣିବା ପାଇଁ ପୋଲିସ ଛାନଭିନ ଜାରି ରଖିଛି ।

ତାଙ୍କର ଏହି ମୃତ୍ୟୁ ପଛରେ ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ହାତ ରହିଛି ବୋଲି ଚର୍ଚ୍ଚା ଚାଲିଛି । ଏଥିସହିତ ରିୟା ଙ୍କୁ ଜେଲ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।ରିୟା ଚକ୍ରବର୍ତ୍ତିଙ୍କୁ ପୋଲିସ ସୁଶାନ୍ତଙ୍କ ମୃତ୍ୟୁ ଖବରକୁ ନେଇ ପଚରାଉଚରା କରିଥିବା ବେଳେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ଏଥି ସହିତ ସୁଶାନ୍ତ ସିଂହଙ୍କ ସହ ଯାହ ବି ସେ ହ୍ୱାଟ୍ସଆପରେ କଥା ହୋଇଥିଲେ ସବୁ ମେସେଜ ଡିଲିଟ କରିଦେଇଥିଲେ । ଫେସବୁକ ଓ ଇନଷ୍ଟାଗ୍ରାମରେ ସୁଶାନ୍ତଙ୍କ ସହ ଉଠେଇଥିବା ସବୁ ଫଟୋ ସୁଶାନ୍ତଙ୍କ ଆତ୍ମହତ୍ୟା ପୂର୍ବରୁ ଡିଲିଟ କରିଦେଇଥିଲେ । ଏଥିସହିତ ସୁଶାନ୍ତଙ୍କ ଶତ୍ରୁ ମହେଶ ଭଟ୍ଟ ସଂହିତ ରିୟାଙ୍କ ବହୁତ ନିବିଡ଼ ସମ୍ପର୍କ ଥିଲା ।ଏହାପରେ ସୁଶାନ୍ତ ସିଂ ଅନୁଭବ କରିଥିଲେ ରିୟା ତାଙ୍କୁ ପ୍ରେମ କରୁନଥିଲେ ବରଂ ତାଙ୍କ କାମ ହାସଲ କରିବାକୁ ତାଙ୍କ ସହ ରିଲେସନରେ ଥିଲେ । ଏହି କଥାକୁ ନେଇ ସୁଶାନ୍ତ ମାନସିକ ଅବସାଦରେ ରହୁଥିବା ତାଙ୍କର ସାଇକ୍ରାଟିସ ଡାକ୍ତର କହିଛନ୍ତି । ତେଣୁ ରିୟାଙ୍କ ଉପରେ ଏକ କେସ ଫାଇଲ ହୋଇଛି । ଯଦି ତାଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ ମିଳିବ ତେବେ ତାଙ୍କୁ ଦଣ୍ଡିତ କରାଯିବ ବୋଲି ସୂଚନା ମିଳିଛି । ତାଙ୍କ ବ୍ୟତୀତ ବଲିଉଡ଼ ରୟାଲ ଷ୍ଟାର ସଲମାନ ଖାନ, ସଞ୍ଜୟ ଲୀଲା ଭନସାଲି, ଆଦିତ୍ୟ ଚୋପ୍ରା ଓ ଏକତା କପୁରଙ୍କ ବିରୋଧରେ ମଧ୍ୟ ଏତଲା ରୁଜୁ ହୋଇଛି । ଏମାନେ ସମସ୍ତେ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ନେଇ ମାନସିକ ଚାପ ପକାଇଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.

20 − 17 =

error: Content is protected !!
Open chat