କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଦ୍ୱାରା ଅନଲକ୍ -୨.୦ ର ଗାଇଡଲାଇନ୍ ଜାରି

0 211
greentech

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୩୦/୦୬ : ଅନଲକ୍-୧ର ଅବଧି ଜୁନ୍ ୩୦ ତାରିଖରେ ଶେଷ ହେବାକୁ ଯାଉଛି। ଏହା ସହ ଅନଲକ୍-୨ର ଘୋଷଣା କରାଯାଇଛି, ଯାହା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏଥିରେ କିଛି ଗତିବିଧିକୁ କିଛି କଟକଣା କୋହଳ କରାଯାଇଛି। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଅନଲକ୍-୨ର ଗାଇଡଲାଇନ୍ ଜାରି କରିଛନ୍ତି। କରୋନାଭାଇରସର କଣ୍ଟେନମେଣ୍ଟ ଜୋନରୁ ବାହାରେ ଥିବା କିଛି ଅଞ୍ଚଳରେ କଟକଣାକୁ କୋହଳ କରାଯିବ। ତେବେ କଣ୍ଟେନମେଣ୍ଟ ଜୋନରେ ଲକଡାଉନକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ନୂଆ ଗାଇଡଲାଇନ୍ ଅନୁଯାୟୀ, ରାତି ୧୦ଟାରୁ ସକାଳ ୫ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ। ଏହାସହ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍, କଲେଜ, ଶିକ୍ଷା ଓ କୋଚିଂ ଅନୁଷ୍ଠାନ ବନ୍ଦ ରହିବ। ସେହିପରି ଅନ୍ତର୍ଜାତୀୟ ବିମାନ ସେବା ଓ ମେଟ୍ରୋ ରେଳ ସେବା ବନ୍ଦ ରଖିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହାଛଡ଼ା ସିନେମାହଲ୍, ଜିମ୍, ସୁଇମିଂ ପୁଲ୍, ପାର୍କ, ବାର୍ ବନ୍ଦ ରହିବ। ସେହିପରି ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଞ୍ଜନ ଭିତ୍ତିକ ସମାବେଶ ମଧ୍ୟ ପୂର୍ବଭଳି ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଗାଇଡଲାଇନ୍ ଅନୁଯାୟୀ, ନିଜ ଅଞ୍ଚଳରେ ଥିବା ଦୋକାନରେ ଏକାଥରକେ ୫ରୁ ଅଧିକ ଜଣ ଛିଡ଼ା ହୋଇପାରିବେ। ତେବେ ସମସ୍ତଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ପଡ଼ିବ। ଅନଲକ୍-୧ରେ ଜାରି ହୋଇଥିବା ଗାଇଡଲାଇନରେ କଣ୍ଟେନମେଣ୍ଟ ଜୋନରୁ ବାହାରେ ଧାର୍ମିକସ୍ଥଳୀ, ହୋଟେଲ, ରେଷ୍ଟୁରାଣ୍ଟ, ଶପିଙ୍ଗ୍ ମଲକୁ ଜୁନ୍ ୮ ତାରିଖରୁ ଖୋଲିବାକୁ ଅନୁମତି ମିଳିଥିଲା। ଏହା ଆଗକୁ ମଧ୍ୟ ଜାରି ରହିବ। ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର୍ (ଏସଓପି) ଜାରି ରହିବ।

ଅନଲକ୍ ଦ୍ବିତୀୟ ପର୍ଯ୍ୟାୟରେ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ମନୋରଞ୍ଜନ, କ୍ରୀଡ଼ା କାର୍ଯ୍ୟକ୍ରମ ଆଦି ଉପରେ ପୂର୍ବପରି ପ୍ରତିବନ୍ଧକ ରହିବ । ଏହି ସମୟରେ ସିନେମା ହଲ, ସ୍କୁଲ-କଲେଜ, ରାଜନୈତିକ ସମାବେଶ, ସାମାଜିକ ଉତ୍ସବ, କ୍ରୀଡ଼ା ପ୍ରତିଯୋଗିତା ବନ୍ଦ ରହିବ । ସ୍ବିମିଂ ପୁଲ, ଜିମ୍, ବାର୍ ଉପରେ ମଧ୍ୟ କଟକଣା ବଳବତ୍ତର ରହିବ ।ଅନଲକ-୨ରେ ସରକାର କିଛି ନିୟମ କୋହଳ କରିଛନ୍ତି। ଆସନ୍ତା ୧୫ ତାରିଖରୁ ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟ୍ରେନିଂ ଅନୁଷ୍ଠାନଗୁଡ଼ିକ ଖୋଲିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ହେଲେ ଏଠାରେ ସମସ୍ତ ପ୍ରକାରର କରୋନା କଟକଣା ନିୟମ ପାଳନ କରିବାକୁ ପଡ଼ିବ।

ତେବେ ସର୍ବସାଧାରଣ ସ୍ଥାନ, କର୍ମସ୍ଥଳୀ ଓ ଯିବା ଆସିବା ବେଳେ ମାସ୍କ ପିନ୍ଧିବା, ପରସ୍ପରଠାରୁ ୬ ଫୁଟ ଦୂରତା ପାଳନ କରିବା, ବିବାହ ସମୟରେ ସର୍ବାଧିକ ୫୦ ଓ ମୃତ କର୍ମରେ ୨୦ ଜଣଙ୍କ ସର୍ବାଧିକ ଉପସ୍ଥିତି, ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଉପରେ କଟକଣା ପୂର୍ବପରି ରହିଛି । ଏହାଛଡ଼ା ସର୍ବସାଧାରଣ ସ୍ଥାନରେ ପାନ, ଗୁଟଖା, ମଦ ପାନ କରିବା ଉପରେ ନିଷେଧାଦେଶ ରହିଛି । ୱାର୍କଫ୍ରମ୍ ହୋମକୁ ପୂର୍ବପରି ବଳବତ୍ତର ରଖିବା, ଅଫିସମାନଙ୍କରେ ସାମାଜିକ ଦୂରତା କାର୍ଯ୍ୟକାରୀ କରିବା, ଲୋକଗହଳି ସ୍ଥାନକୁ ସାନିଟାଇଜ କରିବା, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଥର୍ମାଲ ସ୍କ୍ରିନିଂ, ସାନିଟାଇଜ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି ।ଅପରପକ୍ଷରେ ଟ୍ରେନ୍ ଓ ଆନ୍ତର୍ଜାତିକ ବିମାନ ଚଳାଚଳ ସଂପର୍କରେ ଅନଲକ୍ ଦ୍ବିତୀୟ ପର୍ଯ୍ୟାୟରେ କିଛି ସୂଚନା ଦିଆଯାଇ ନାହିଁ । ପୂର୍ବରୁ ଦେଶରେ ସମସ୍ତ ଟ୍ରେନ୍ ଓ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ରହିଛି ।

Leave A Reply

Your email address will not be published.

5 × 1 =

error: Content is protected !!
Open chat