କୋଟାରେ ସିଜିଡି ପ୍ରକଳ୍ପର ଅଗ୍ରଗତି ନେଇ ଲୋକସଭା ବାଚସ୍ପତିଙ୍କ ସହ ମିଳିତ ଭାବେ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0 239
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୭:ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁଲାଇ ୦୩ – ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ସହଯୋଗରେ ରାଜସ୍ଥାନ କୋଟାରେ କ୍ରିୟାନ୍ୱିତ ହେଉଥିବା ସିଟି ଗ୍ୟାସ ବିତରଣ(ସିଜିଡି) ପ୍ରକଳ୍ପର ଅଗ୍ରଗତି ନେଇ ନୂଆଦିଲ୍ଲୀରୁ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସହ ମିଳିତ ଭାବେ ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଚଳିତବର୍ଷ ଡିସେମ୍ବର ସୁଦ୍ଧା କୋଟାରେ ଆରଏସଜିଲ ତଥା ଆରଏସପିସିଏଲ ଏବଂ ଗେଲ୍ ଗ୍ୟାସର ମିଳିତ ଉଦ୍ୟମରେ ୧୦ ହଜାର ଘରକୁ ନୂଆ ପିଏନଜି ସଂଯୋଗ କରାଯିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଏହାସହ ୩ଟି ନୂଆ ସିଏନଜି ଷ୍ଟେସନର କାମ ମଧ୍ୟ ଶେଷ କରାଯିବ । ଆରଏସଜିଏଲର ଅଧିକାରୀମାନେ ସ୍ୱଚ୍ଛ ଇନ୍ଧନର ବିକାଶ ପାଇଁ ସ୍ଥାନୀୟ ଶିଳ୍ପ ସଂସ୍ଥା ଗୁଡିକୁ ପ୍ରାକୃତିକ ଗ୍ୟାସ ଯୋଗାଉଛନ୍ତି ।


କୋଭିଡ-୧୯ ଚ୍ୟାଲେଞ୍ଜ ସତ୍ୱେ ସିଜିଡି ନେଟୱାର୍କର ସଂପ୍ରସାରଣ ଏବଂ ଗ୍ୟାସ ଭିତିଭୂମି ପ୍ରକଳ୍ପ ଆଗେଇ ଚାଲିଛି । ରାଜସ୍ଥାନ ଏବଂ କୋଟାରେ ପରିବହନ, ଶିଳ୍ପ ଏବଂ ଘରୋଇ କ୍ଷେତ୍ରରେ ସିଏନଜି ଏବଂ ପିଏନଜି ଯୋଗାଇବାକୁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.

20 − 16 =

error: Content is protected !!
Open chat