‘କୋଭାକ୍ସିନ’କୁ ହ୍ୟୁମାନ ଟ୍ରାଏଲ୍ ପାଇଁ ଅନୁମତି : ଭାରତରେ ପ୍ରଥମ କରୋନା ଭାକ୍ସିନର ଟ୍ରାଏଲ୍ ଟେଷ୍ଟ ପାଇଁ ୧୩ ରୁ ପଞ୍ଜୀକରଣ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୭/୦୭ : ଭାରତ ବାୟୋଟେକ୍ ଓ ICMR ମିଳିତ ପ୍ରୟାସରେ ପ୍ରସ୍ତୁତ କ୍ୟାଣ୍ଡିଡେଟ୍ ଭ୍ୟାକ୍ସିନ – ‘କୋଭାକ୍ସିନ’ କୁ ଦେଶର ପ୍ରଥମ ଟିକା ଭାବେ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଛି । ଏହାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯିବ। ଭାରତର ଏହି ପ୍ରଥମ କରୋନା ଟିକା ପରୀକ୍ଷଣରେ ଭାଗ ନେବେ ପ୍ରାୟ ୧୧ ଶହ ଲୋକ । ତେବେ ସାରା ବିଶ୍ୱ କରୋନା ଟୀକା ପ୍ରସ୍ତୁତିରେ ଲାଗିପଡ଼ିଥିବା ବେଳେ, ଭାରତ ବି ପଛରେ ନାହିଁ।ହ୍ୟୁମାନ ଟ୍ରାଏଲ୍ ପାଇଁ ଅନୁମତି ପାଇଥିବା ଭାରତର ୨ଟି ଟୀକାକୁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରାଳୟ ‘ଅନ୍ତ ର ଅୟମାରମ୍ଭ’ ବୋଲି କହିଛି।
![](https://i0.wp.com/kalingajyoti.com/wp-content/uploads/2020/07/176092-vaxinweb.jpg?resize=1000%2C600)
ପ୍ରଥମ ପଯର୍ୟାୟରେ ୩୭୫ ଜଣଙ୍କ ଉପରେ ଏହାକୁ ପରୀକ୍ଷା କରାଯିବ। ସେମାନଙ୍କୁ ୧୨୫ ଜଣିଆ ୩ଟି ଦଳରେ ଭାଗ କରାଯାଇ ୧୪ ଦିନ ଅନ୍ତରରେ ଗୋଟିଏ ଲେଖାଏଁ କ୍ୟାଣ୍ଡିଡେଟ୍ ଭ୍ୟାକ୍ସିନ ଓ କଣ୍ଟ୍ରୋଲ୍ ଭ୍ୟାକ୍ସିନ ଦିଆଯିବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ସନ୍ତୋଷଜନକ ହେଲେ ଆଉ ୭୫୦ ଜଣଙ୍କୁ ନେଇ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ହେବ । ଦେଶର ୧୨ଟି ହସ୍ପିଟାଲରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ହ୍ୟୁମେନ୍ ଟ୍ରାଏଲ୍ ହେବାକୁ ଥିବା ବେଳେ, ଏଯାଏଁ ସେଥିରୁ ୫ଟି ହସ୍ପିଟାଲ ଏଥିକ୍ସ କମିଟିର ଅନୁମତି ମିଳିଛି । ତେବେ କୋଭାକ୍ସିନ୍ ଟିକାର ଏହି ପରୀକ୍ଷଣ ଅବଧି ପ୍ରାୟ ୧ ବର୍ଷ ୩ ମାସ ବୋଲି ଭାରତ ବାୟୋଟେକ୍ ପକ୍ଷରୁ କୁହାଯାଇଥିବା ସୂଚନା ମିଳିଛି।
![](https://kalingajyoti.com/wp-content/uploads/2020/07/Plasma04.jpg)
ଦେଶର ବିଭିନ୍ନ ସ୍ଥାନର ୧୧ ଶହରୁ ଅଧିକ ଲୋକ ପଞ୍ଜିକରଣ କରିବେ ବୋଲି ଆଶା କରାଯାଉଛି ।କୋଭାକ୍ସିନର ହ୍ୟୁମାନ ଟ୍ରାଏଲ୍ କେମିତି ହେବ, ସେନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଆସନ୍ତା ସପ୍ତାହରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେଉଥିବା ବେଳେ ଏଥିରେ ଭାଗ ନେବାକୁ ଇଚ୍ଛୁକ ବ୍ୟକ୍ତିମାନେ ଜୁଲାଇ ୧୩ରେ ପଞ୍ଜୀକରଣ କରିବେ ।