‘କୋଭାକ୍ସିନ’କୁ ହ୍ୟୁମାନ ଟ୍ରାଏଲ୍ ପାଇଁ ଅନୁମତି : ଭାରତରେ ପ୍ରଥମ କରୋନା ଭାକ୍ସିନର ଟ୍ରାଏଲ୍ ଟେଷ୍ଟ ପାଇଁ ୧୩ ରୁ ପଞ୍ଜୀକରଣ

0 316
greentech

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୭/୦୭ : ଭାରତ ବାୟୋଟେକ୍ ଓ ICMR ମିଳିତ ପ୍ରୟାସରେ ପ୍ରସ୍ତୁତ କ୍ୟାଣ୍ଡିଡେଟ୍ ଭ୍ୟାକ୍ସିନ – ‘କୋଭାକ୍ସିନ’ କୁ ଦେଶର ପ୍ରଥମ ଟିକା ଭାବେ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଛି । ଏହାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯିବ। ଭାରତର ଏହି ପ୍ରଥମ କରୋନା ଟିକା ପରୀକ୍ଷଣରେ ଭାଗ ନେବେ ପ୍ରାୟ ୧୧ ଶହ ଲୋକ । ତେବେ ସାରା ବିଶ୍ୱ କରୋନା ଟୀକା ପ୍ରସ୍ତୁତିରେ ଲାଗିପଡ଼ିଥିବା ବେଳେ, ଭାରତ ବି ପଛରେ ନାହିଁ।ହ୍ୟୁମାନ ଟ୍ରାଏଲ୍ ପାଇଁ ଅନୁମତି ପାଇଥିବା ଭାରତର ୨ଟି ଟୀକାକୁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରାଳୟ ‘ଅନ୍ତ ର ଅୟମାରମ୍ଭ’ ବୋଲି କହିଛି।

ପ୍ରଥମ ପଯର୍ୟାୟରେ ୩୭୫ ଜଣଙ୍କ ଉପରେ ଏହାକୁ ପରୀକ୍ଷା କରାଯିବ। ସେମାନଙ୍କୁ ୧୨୫ ଜଣିଆ ୩ଟି ଦଳରେ ଭାଗ କରାଯାଇ ୧୪ ଦିନ ଅନ୍ତରରେ ଗୋଟିଏ ଲେଖାଏଁ କ୍ୟାଣ୍ଡିଡେଟ୍ ଭ୍ୟାକ୍ସିନ ଓ କଣ୍ଟ୍ରୋଲ୍ ଭ୍ୟାକ୍ସିନ ଦିଆଯିବ।  ପ୍ରଥମ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ସନ୍ତୋଷଜନକ ହେଲେ ଆଉ ୭୫୦ ଜଣଙ୍କୁ ନେଇ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ହେବ । ଦେଶର ୧୨ଟି ହସ୍ପିଟାଲରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ହ୍ୟୁମେନ୍ ଟ୍ରାଏଲ୍ ହେବାକୁ ଥିବା ବେଳେ, ଏଯାଏଁ ସେଥିରୁ ୫ଟି ହସ୍ପିଟାଲ ଏଥିକ୍ସ କମିଟିର ଅନୁମତି ମିଳିଛି । ତେବେ କୋଭାକ୍ସିନ୍ ଟିକାର ଏହି ପରୀକ୍ଷଣ ଅବଧି ପ୍ରାୟ ୧ ବର୍ଷ ୩ ମାସ ବୋଲି ଭାରତ ବାୟୋଟେକ୍ ପକ୍ଷରୁ କୁହାଯାଇଥିବା ସୂଚନା ମିଳିଛି।

ଦେଶର ବିଭିନ୍ନ ସ୍ଥାନର ୧୧ ଶହରୁ ଅଧିକ ଲୋକ ପଞ୍ଜିକରଣ କରିବେ ବୋଲି ଆଶା କରାଯାଉଛି ।କୋଭାକ୍ସିନର ହ୍ୟୁମାନ ଟ୍ରାଏଲ୍ କେମିତି ହେବ, ସେନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଆସନ୍ତା ସପ୍ତାହରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେଉଥିବା ବେଳେ ଏଥିରେ ଭାଗ ନେବାକୁ ଇଚ୍ଛୁକ ବ୍ୟକ୍ତିମାନେ ଜୁଲାଇ ୧୩ରେ ପଞ୍ଜୀକରଣ କରିବେ ।

Leave A Reply

Your email address will not be published.

twelve + one =

error: Content is protected !!
Open chat