କୋଭିଡ୍‌ କେୟାର୍ ସେଣ୍ଟର୍‌ରେ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବେ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ

0 377
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ / ବିଜୟୱାଡା ୦୯/୦୮: ଆଜି ସକାଳେ ଆନ୍ଧ୍ରପ୍ରଦେଶର ବିଜୟୱାଡା ସହରରେ ଥିବା କୋଭିଡ୍ କେୟାର ସେଣ୍ଟରରେ ନିଆଁ ଲାଗିଥିବା ନେଇ ଖବର ମିଳିଥିଲା। ଏହି ଦୁର୍ଘଟଣାରେ ପ୍ରଥମେ ୭ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଥିବା ବେଳେ ଏବେ ମୃତ୍ୟୁ ସଂଖ୍ୟା ବଢ଼ି ୯ରେ ପହଞ୍ଚିଛି। ତେବେ ଏହି ଘଟଣା ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ୍ ମୋହନ ରେଡ୍ଡୀ ମୃତକଙ୍କ ସମ୍ପର୍କୀୟଙ୍କୁ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବା ନେଇ ଘୋଷଣା କରିଛନ୍ତି।

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଏହି ଅଗ୍ନିକାଣ୍ଡକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଏବଂ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦିଆଯିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ କୋଭିଡ -୧୯ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରଲୋକଙ୍କୁ ସାନ୍ତ୍ୱନା ଦେବା ସହ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ସହ ଫୋନରେ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୂଚନା ଦେଇଛନ୍ତି ଯେ କୋଭିଡ -୧୯ ରୋଗୀଙ୍କ ଚିକିତ୍ସା ପାଇଁ ଏକ ହୋଟେଲକୁ କୋଭିଡ -୧୯ କେୟାର ସେଣ୍ଟର କରାଯାଇଥିଲା, ଯେଉଁଠି ଏହି ଅଗ୍ନିକାଣ୍ଡ ଘଟିଛି।

ସୂତ୍ରରୁ ଜଣାପଡିଛି ଯେ, ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେ‌ଳେ ସର୍ଟ ସର୍କିଟ ପାଇଁ ନିଆଁ ଲାଗିଥାଇପାରେ ବୋଲି ଆଶଙ୍କା କରାଯାଉଛି। ଅଗ୍ନିକାଣ୍ଡ ଘଟିବା ସମୟରେ କୋଠା ଭିତରେ ପ୍ରାୟ ୩୦ଜଣ କରୋନା ରୋଗୀ ରୋଗୀ ଉପସ୍ଥିତ ଥିଲେ। ତେବ‌େ ନିଆଁ ଲାଗିବା ପରେ କରୋନା ରୋଗୀଙ୍କୁ ଉଦ୍ଧାର କରାଯାଇ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.

nineteen + five =

error: Content is protected !!
Open chat