କୋଭିଡ୍‌ ନୀତିରେ ପରିବର୍ତ୍ତନ ଆଣିଲେ କେନ୍ଦ୍ର ସରକାର; ପଜିଟିଭ୍‌ ରିପୋର୍ଟ ନଥିଲେ ବି ମେଡ଼ିକାଲ୍‌ରେ ହୋଇପାରିବ ଆଡ୍‌ମିଶନ

0 254
greentech

ନୂଆଦିଲ୍ଲୀ: ଏଣିକି ମେଡ଼ିକାଲ୍‌ରେ ଆଡ୍‌ମିଶନ୍ ପାଇଁ କୋଭିଡ୍‌ ପଜିଟିଭ୍ ରିପୋର୍ଟ ବାଧ୍ୟତାମୂଳକ ନୁହେଁ। କୋଭିଡ୍‌ ପଜିଟିଭ୍‌ ରିପୋର୍ଟ ନ ଥିଲେ ବି କୋଭିଡ୍‌ ହସ୍‌ପିଟାଲ୍‌ରେ ଆଡ୍‌ମିଶନ ହୋଇପାରିବ। ସାମାନ୍ୟ ଲକ୍ଷଣ ଦେଖାଯାଇଥିଲେ ରୋଗୀଙ୍କୁ ଆଡ୍‌ମିଶନ୍‌ କରାଯାଇପାରିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିଡ୍‌ ନୀତିରେ ପରିବର୍ତ୍ତନ ଆଣିଛନ୍ତି। କୌଣସି ରୋଗୀଙ୍କୁ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ନ କରିବା ଲାଗି ନୂଆ ନୀତି ପ୍ରସ୍ତୁତ କରାଯାଇଛି। କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ଏହି ନୂଆ ନୀତି ସହାୟକ ହୋଇପାରିବ ବୋଲି ଆଶା କରାଯାଇଛି। କୋଭିଡ୍‌-୧୯ ପାଇଁ କେନ୍ଦ୍ର ସରକାରଙ୍କ ପରିବର୍ତ୍ତିତ ନୂଆ ନୀତିରେ ଦର୍ଶାଯାଇଛି ଯେ ଏଣିକି ମେଡ଼ିକାଲ୍‌ରେ ଆଡ୍‌ମିଶନ୍ ପାଇଁ କୋଭିଡ୍‌ ପଜିଟିଭ୍ ରିପୋର୍ଟ ବାଧ୍ୟତାମୂଳକ ନୁହେଁ। କୋଭିଡ୍‌ ପଜିଟିଭ୍‌ ରିପୋର୍ଟ ନ ଥିଲେ ବି କୋଭିଡ୍‌ ହସ୍‌ପିଟାଲ୍‌ରେ ଆଡ୍‌ମିଶନ ହୋଇପାରିବ। ସାମାନ୍ୟ ଲକ୍ଷଣ ଦେଖାଯାଇଥିଲେ ରୋଗୀଙ୍କୁ ଆଡ୍‌ମିଶନ୍‌ କରାଯାଇପାରିବ। ଅନ୍ୟ ସହରର ହୋଇଥିଲେ ବି ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିପାରିବ। ନିର୍ଦ୍ଧିଷ୍ଟ ପରିଚୟପତ୍ର ଦେଖାଇ ନ ପାରିଲେ ବି ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିବ। ଆବଶ୍ୟକତା ହିଁ ହସ୍‌ପିଟାଲ୍‌ରେ ଆଡ୍‌ମିଶନ୍ ମାପକାଠି ରହିବ। ରୋଗୀ ପାଇଁ ଆଡ୍‌ମିଶନ୍‌ ଜରୁରୀ ଅଛି ତ ନିଶ୍ଚିତ ଆଡ୍‌ମିଶନ୍‌ କରାଯିବା ଆବଶ୍ୟକ ବୋଲି ଏହି ନୂଆ ନୀତିରେ ଉଲ୍ଲେଖ କରାଯାଇଛି।

Leave A Reply

Your email address will not be published.

4 × 5 =

error: Content is protected !!
Open chat