କୋଭିସିଲ୍ଡ ଓ କୋଭାକ୍ସିନର ମିଶ୍ରିତ ଡୋଜ ଅଧିକ ପ୍ରଭାବଶାଳୀ: ଆଇସିଏମଆର

0 437
greentech

ନୂଆଦିଲ୍ଲୀ ୦୮/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଦେଶରେ ଦ୍ରୁତଗତିରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ରୋକିବାକୁ ଟିକାକରଣ ହିଁ ଏକମାତ୍ର ବିକଳ୍ପ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହି କାରଣରୁ କୋଭିଡ-୧୯ ଟିକାକୁ ନେଇ ଏବେ ବି ପରୀକ୍ଷା ଜାରି ରହିଛି । ଏହି କ୍ରମରେ ଅନ୍ୟ ଦେଶ ଭଳି ଭାରତରେ ବି ଟିକାର ମିଶ୍ରିତ ଡୋଜକୁ ନେଇ ପରୀକ୍ଷା ନିରୀକ୍ଷା ଜାରି ରହିଛି ।

ଏହି ପରୀକ୍ଷାକୁ ନେଇ ଇଣ୍ଡିଆନ କାଉଁସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) କହିଛି ଯେ, କୋଭାକ୍ସିନ ଓ କୋଭିସିଲ୍ଡର ମିଶ୍ରିତ ଖୋରାକ ସର୍ବାଧିକ ପ୍ରଭାବଶାଳୀ । ଏଭଳି ମିଶ୍ରିତ ଡୋଜ ନେଉଥିବା ଲୋକଙ୍କ ଶରୀରରେ କରୋନା ସଂକ୍ରମଣର ସମ୍ଭାବନା କମ ରହୁଥିବା ବେଳେ ଶରୀରରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ ।

ବିଶେଷଜ୍ଞ କାର୍ଯ୍ୟ ସମିତି (ଏସଇସି) କିଛିଦିନ ପୂର୍ବରୁ କୋଭିସିଲ୍ଡ ଓ କୋଭାକ୍ସିନର ମିଶ୍ରିତ ଡୋଜ ସହ ନାକରେ ପକାଯାଉଥିବା ଭାରତ ବାୟୋଟେକର ଟିକା ଉପରେ ଅଧ୍ୟୟନ କରିବାକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ଏହି ସମୟରେ ଏସଇସି କହିଥିଲେ କି ଅନେକ ଦେଶ ଏବେ ତା’ର ନାଗରିକମାନଙ୍କୁ ମିଶ୍ରିତ କରୋନା ଟିକା ଦେଉଛି ଓ ତାହାର ପରିଣାମ ଭଲ ରହୁଛି । କୋଭିସିଲ୍ଡ ଓ କୋଭାକ୍ସିନର ମିଶ୍ରିତ ଡୋଜ ଦିଆଯାଇଥିବା ଲୋକଙ୍କଠାରେ କୌଣସି ନକରାତ୍ମକ ପ୍ରଭାବ ଦେଖିବାକୁ ମିଳି ନାହିଁ ।

Leave A Reply

Your email address will not be published.

ten − eight =

error: Content is protected !!
Open chat