କୋମାରେ ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ଉନ: ଉତ୍ତରାଧିକାରୀ ନେଇ କଳ୍ପନାଜଳ୍ପନା ଆରମ୍ଭ – ଦାୟିତ୍ୱଭାର ସମ୍ଭାଳିପାରନ୍ତି କିମ ଜୋଙ୍ଗଙ୍କ ଭଉଣୀ
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ କୋମାରେ ଥିବା ଜଣାପଡିଛି। କିମ୍ ଜୋଙ୍ଗ କୋମାରେ ଥିବା ନେଇ ତାଙ୍କର ଜଣେ ପୂର୍ବତନ ସହକର୍ମୀ ସୂଚନା ଦେଇଛନ୍ତି। ଏବଂ ତାଙ୍କ ଭଉଣୀ କିମ ୟୋ-ଜୋଙ୍ଗ ଜାତୀୟ ତଥା ଆନ୍ତର୍ଜାତୀୟ କାର୍ଯ୍ୟ ପରିଚାଳନା କରିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ସେ କହିଛନ୍ତି। ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ଉନଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ତାଙ୍କର ମୃତ୍ୟୁ ପରେ ତାଙ୍କ ଭଉଣୀ କିମ ୟୋ-ଜୋଙ୍ଗ ବର୍ତ୍ତମାନ ଉତ୍ତର କୋରିଆର ଶାସକ ହେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ କୋରିଆ ରାଷ୍ଟ୍ରପତି କିମ ଡେ-ଜଙ୍ଗଙ୍କ ଜଣେ ପୂର୍ବତନ ସହଯୋଗୀ ମୃତ୍ୟୁ ଖବରକୁ ଖଣ୍ଡନ କରି ଦାବି କରିଛନ୍ତି ଯେ, ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ଉନ ଏବେ କୋମାରେ ଅଛନ୍ତି।
ଅନେକ ଥର ଉତ୍ତର କୋରିଆ ଗସ୍ତରେ ଯାଇଥିବା ସାମ୍ବାଦିକ ରବି କଲି କହିଛନ୍ତି ଯେ, ଏହି ଦେଶରେ ଅନେକ ଜିନିଷ ରହସ୍ୟମୟ ଅବସ୍ଥାରେ ଥାଏ । ଏମିତିକି ସେଠାରେ ରହୁଥିବା ଲୋକମାନେ ମଧ୍ୟ ଦେଶରେ ବା ଦେଶର ଶାସକଙ୍କ ସହ କଣ ଘଟୁଛି ଜାଣିପାରିନଥାନ୍ତି । କିନ୍ତୁ ଦକ୍ଷିଣ କୋରିଆ ରାଷ୍ଟ୍ରପତି କିମ ଡେ-ଜଙ୍ଗଙ୍କ ଜଣେ ପୂର୍ବତନ ସହଯୋଗୀ ଚାଙ୍ଗ ଗୀତ-ମିନି କହିଛନ୍ତି ଯେ, ୨୦୧୧ ମସିହାରୁ ଉତ୍ତର କୋରିଆ ଉପରେ ଶାସନ କରୁଥିବା କିମ ଜୋଙ୍ଗ ଉନ ବର୍ତ୍ତମାନ କୋମାରେ ଅଛନ୍ତି।
ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଏପ୍ରିଲରେ କିମ ଜୋଙ୍ଗ-ଉନ ମୃତ୍ୟୁ ବରଣ କରିଥିବା ନେଇ ଚର୍ଚ୍ଚା ହୋଇଥିଲା । କାରଣ ସେ ପ୍ରାୟ ୧୫ ଦିନ ଲୋକଙ୍କ ସାମ୍ନାକୁ ଆସିନଥିଲେ। କିନ୍ତୁ ପରେ ଏକ ଭିଡିଓ ଫୁଟେଜରେ, କିମ ଜୋଙ୍ଗ ଉନ ଜୀବନ୍ତ ଏବଂ ସୁସ୍ଥ ଥିବା ଜଣା ପଡିଥିଲା କିମ୍ ଜୋଙ୍ଗ୍ ଚେତାଶୂନ୍ୟ ଏବଂ ନିଷ୍କ୍ରିୟ ଥିବା ଏକ ଚାଇନାର ଉତ୍ସରୁ ସୂଚନା ପାଇଥିବା ତାଙ୍କର ପୂର୍ବତନ ସହକର୍ମୀ ଚାଙ୍ଗ ଦାବି କରିଛନ୍ତି।