‘କୌନ ବାନେଗା କାରୋଡ଼ପତି’ ସିଜିନ – ୧୨ ପଞ୍ଜୀକରଣ ଆଜି ରାତି ୯ଟାରୁ ଆରମ୍ଭ ହେବ ।

0 598
greentech

ମୁମ୍ବାଇ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୫/୦୬ : କେବିସି-୧୨ର ପଞ୍ଜୀକରଣ ପ୍ରକ୍ରିୟା ପୂର୍ବରୁ ମେ ୯ରେ ଆରମ୍ଭ ହୋଇ ମେ ୨୨ରେ ଶେଷ ହୋଇଥିଲା। ଏବେ ଏହାକୁ ପୁନଃ ଆରମ୍ଭ କରାଯାଉଥିବା ନେଇ ସୋନିଲିଭ୍ ଟ୍ୱିଟର ଜରିଆରେ ସୂଚନା ଦେଇଛି । କୌନ ବାନେଗା କାରୋଡ଼ପତି(କେବିସି)ର ଦ୍ୱାଦଶ ସିଜିନ ପାଇଁ ଆଜିଠାରୁ ପୁଣି ଥରେ ପଞ୍ଜୀକରଣ ଆରମ୍ଭ ହେବାକୁ ଯାଉଛି । ଆଜି ରାତି ୯ଟାରୁ କେବିସିର ପଞ୍ଜୀକରଣ ଆରମ୍ଭ ହେବ । କେବିସି-୧୨ର ଅଡିସନ ପୂର୍ବରୁ ଚାଲିଥିବାବେଳେ ନିର୍ମାତାମାନେ କେବଳ ସୋନିଲିଭ୍ ବ୍ୟବହାରକାରୀଙ୍କ ପାଇଁ ପଞ୍ଜୀକରଣ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି

ତେବେ କୌନ ବାନେଗା କାରୋଡ଼ପତି ସିଜନ-୧୨ ପାଇଁ କିଭଳି ପଞ୍ଜିକରଣ କରିବେ ଜାଣନ୍ତୁ, ସୋନିଲିଭ୍ ଅଫିସିଆଲ୍ ୱେବସାଇଟ୍, ଗୁଗୁଲ୍ ପ୍ଲେ ଷ୍ଟୋର କିମ୍ବା ଆପଲ୍ ଷ୍ଟୋରରୁ ସୋନିଲିଭ୍ ଆପ୍ ଡାଉନଲୋଡ୍ କରନ୍ତୁ । ସୋନିଲିଭ୍ ଆପ୍ ଇନଷ୍ଟଲ କରି ଏହାକୁ ଖୋଲନ୍ତୁ । ଏହା ପରେ କେବିସି ଲିଙ୍କରେ କ୍ଲିକ୍ କରନ୍ତୁ । କେବିସି -୧୨ ପଞ୍ଜୀକରଣ କରିବା ପାଇଁ ଆଜି ରାତି ୯ଟା ପରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦିଅନ୍ତୁ । ଏହା ପରେ ଫର୍ମରେ ଆବଶ୍ୟକ ବିବରଣୀ ପୁରଣ କରନ୍ତୁ । ଆବଶ୍ୟକ ବିବରଣୀ ପୁରଣ କରି ସାରିବା ପରେ ସବମିଟ ଉପରେ କ୍ଲିକ୍ କରନ୍ତୁ । ପ୍ରକ୍ରିୟା ସମାପ୍ତ ହେବା ପରେ, ଆପଣ ନିଜ ଫୋନ ସ୍କ୍ରିନରେ ଏକ ବାର୍ତ୍ତା ଦେଖିବେ ଯେ ‘ଆପଣଙ୍କର କେବିସି-୧୨ ପଞ୍ଜିକରଣ ସମାପ୍ତ କରିଥିବାରୁ ଧନ୍ୟବାଦ’ ।

ଟ୍ୱିଟରେ ଏକ ଭିଡ଼ିଓ ରହିଛି, ଯେଉଁଥିରେ ସୋ’ର ହୋଷ୍ଟ ବିଗ୍‌ ବି ଅମିତାଭ ବଚ୍ଚନ ସୋନିଲିଭ୍ ବ୍ୟବହାରକାରୀଙ୍କ ପାଇଁ ପଞ୍ଜୀକରଣର ଆରମ୍ଭ ହେଉଥିବା ନେଇ ସୂଚନା ଦେଇଛନ୍ତି । ଏହି ରାଉଣ୍ଡରେ, କେବଳ ସୋନିଲିଭ୍ ଆପ୍ ବ୍ୟବହାରକାରୀମାନେ କେବିସି-୧୨ରେ ଅଂଶଗ୍ରହଣ କରିବାକୁ ପଞ୍ଜୀକୃତ ହେବେ। ସେମାନଙ୍କ ନାମ ପଞ୍ଜିକରଣ କରିବାକୁ, ସୋନିଲିଭ୍ ଉପଭୋକ୍ତାମାନଙ୍କୁ ଆଜି ରାତି ୯ଟାରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ପଡିବ । ଏହି ନୂତନ ପ୍ରଶ୍ନର ସେଟ୍ ଜୁନ୍ ୨୫ରୁ ଜୁଲାଇ ୩, ୨୦୨୦ ପର୍ଯ୍ୟନ୍ତ ଉପଲବ୍ଧ ହେବା ସହ ଉପଭୋକ୍ତାମାନେ ପ୍ରଶ୍ନର ଉତ୍ତର ଦେଇପାରିବେ । ଏହି ରାଉଣ୍ଡ ପରେ, ମନୋନୀତ ଅଂଶଗ୍ରହଣକାରୀମାନଙ୍କୁ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଡିଜିଟାଲ୍ ଅଡିସନ୍ ପାଇଁ ନିମନ୍ତ୍ରଣ କରାଯିବ।

Leave A Reply

Your email address will not be published.

eight + 8 =

error: Content is protected !!
Open chat