କ୍ୟାନ୍ସର ହସ୍ପିଟାଲରେ ପହଞ୍ଚିଲା କରୋନା

0 156
greentech

କଳିଙ୍ଗ ଜ୍ୟୋତି କଟକ ୨୫/୦୬- : ରାଜ୍ୟରେ ଏବେ କୋରୋନା ଯୋଦ୍ଧାମାନେ କୋରୋନରେ ଆକ୍ରାନ୍ତ ହେଉଥିବା ବେଳେ  ଏବେ କ୍ୟାନ୍ସର ହସ୍ପିଟାଲରେ କରୋନା ପହଞ୍ଚିଛି। କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ପହଞ୍ଚିଛି କୋରୋନା। ହସ୍ପିଟାଲର ଇମର୍ଜେନ୍ସି ୱାର୍ଡରୁ ଜଣେ ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ  ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।ଆକ୍ରାନ୍ତ ଜଣକ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ସେ ଗତ 19 ତାରିଖରେ ଚିକିତ୍ସା ପାଇଁ ଏଠାରେ ଭର୍ତି ହୋଇଥିଲେ। ସମ୍ପୃକ୍ତ ରୋଗୀଙ୍କର  କେମୋ ଚାଲିଥିଲା ଏବଂ ସେ ରହିଥିବା  ୱାର୍ଡରେ ଅନ୍ୟ 2 ଜଣ ରୋଗୀ ମଧ୍ୟ ଥିଲେ ବୋଲି ସେ କହିଛନ୍ତି। ଆକ୍ରାନ୍ତ ଚିହ୍ନଟ ପରେ ସଂପୃକ୍ତ ରୋଗୀଙ୍କୁ କିମ୍ସ କୋଭିଡ଼ ହସ୍ପିଟାଲ ପଠାଯିବା ସହ ୱାର୍ଡ ସିଲ୍ କରାଯିବ ସହ  ସାନିଟାଇଜ କରାଯାଉଛି।ସେହିପରି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର ଓ ଷ୍ଟାଫ୍‌ଙ୍କୁ ଆଇସୋଲେସନରେ ପଠାଯିବ ଏବଂ ଆସନ୍ତାକାଲି ସେମାନଙ୍କ କରୋନା ଟେଷ୍ଟ କରାଯିବ ବୋଲି ନିର୍ଦ୍ଦେଶକ କହିଛନ୍ତି। ସୂଚନାଯୋଗ୍ୟ ଆଜି  କଟକ ଜିଲ୍ଲାରୁ 4ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.

eleven + four =

error: Content is protected !!
Open chat