ଖୋର୍ଦ୍ଧା ଉପଖଣ୍ଡ ଦୈନିକ ୧୬ ଘଣ୍ଟା ସଟ୍‌ଡାଉନ୍‌ ଘୋଷଣା

0 280
greentech

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଗ୍ରାମାଞ୍ଚଳରେ ଆଜି କରୋନା ସ˚କ୍ରମଣ ୨୫୧ ଛୁଇଁଛି। କେବଳ ଏତିକି ନୁହେଁ, ଗତ ୧ ସପ୍ତାହ ମଧ୍ୟରେ ସ୍ଥାନୀୟ ସ˚କ୍ରମଣ ୨୧କୁ ବୃଦ୍ଧି ପାଇଛି। ତେଣୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିଠାରୁ ୩୦ ତାରିଖ ଯାଏ ଖୋର୍ଦ୍ଧା ଉପଖଣ୍ତରେ ଦୈନିକ ୧୬ ଘଣ୍ଟା ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଆଜି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁସାରେ, ଖୋର୍ଦ୍ଧା ଉପଖଣ୍ତର ସମସ୍ତ ଦୋକାନବଜାର ସକାଳ ୬ରୁ ଅପରାହ୍‌ଣ ୨ଟା ଯାଏଁ ଖୋଲା ରହିବ। ଅପରାହ୍‌ଣ ୨ଟାରୁ ପରଦିନ ସକାଳ ୬ଟା ଅର୍ଥାତ୍‌ ୧୬ ଘଣ୍ଟା ଧରି ସମଗ୍ର ଖୋର୍ଦ୍ଧା ଉପଖଣ୍ଡ ସଟ୍‌ଡାଉନ୍‌ ରହିବ। ଏହି ସଟ୍‌ଡାଉନ୍‌ ସମୟରେ କେବଳ ପେଟ୍ରୋଲ୍‌ ପମ୍ପ୍‌, ଔଷଧ ଦୋକାନ ଓ ରନ୍ଧନ ଗ୍ୟାସ୍‌ ଯୋଗାଣ ଖୋଲା ରହିବ ବୋଲି ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.

20 − 8 =

error: Content is protected !!
Open chat